Tue. Dec 24th, 2024

୭ମ ଜିଲ୍ଲା ମହୋତ୍ସବରେ ସମ୍ବର୍ଦ୍ଧିତ ହେବେ ୨ ପ୍ରଖ୍ୟାତ ବ୍ୟକ୍ତିତ୍ୱ ।

By amfnews Nov 16, 2018 #Featured
187 Views

ଯାଜପୁର, ୧୬ା୧୧ : ଯାଜପୁର  ଜିଲ୍ଲା ମହୋତ୍ସବ “ଯଯାତି” ୭ମ ଥର ପାଇଁ ପରିପ୍ରକାଶ ହେବାକୁ ଯାଊଚ୍ଥି । ଚଳିତ ମାସ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ବାଳାଶ୍ରମ ପଡିଆ ଠାରେ ଆୟୋଜିତ ହେବାକୁ ସ୍ଥିର ହୋଇଚ୍ଥି । ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲିଶ୍ରୀ ମେଳା ସହ ଆକର୍ଷଣ ସାଜିଥାଏ ଯଯାତି ସମ୍ମାନ । ଜିଲ୍ଳ୍ାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ବିଗତ ବର୍ଷ ମାନଙ୍କରେ ଏହା ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ୨ ଗୋଟି କ୍ଷେତ୍ର ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଚ୍ଥି ।

ଜିଲ୍ଳ୍ା ସଂସ୍କୃତି ପରିଷଦ ବୈଠକରେ ଏହା ସଂପର୍କରେ ଆଲୋଚନା କରାଯାଇ ଜିଲ୍ଳ୍ାର ୨ ଜଣ ବ୍ୟକ୍ତି ଜିଲ୍ଳ୍ାର ସମ୍ମାନକୁ ଦେଶ ବିଦେଶରେ ପହଞ୍ଚାଇଥିବା ଓ ଅନ୍ୟ ଜଣେ ଜିଲ୍ଳ୍ା ବାହାରର ବ୍ୟକ୍ତି କିନ୍ତୁ ଜିଲ୍ଳ୍ାର ସମ୍ମାନ ବା ଗୈାରବ ବୃଦ୍ଧି କରିଥିବେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥିର ହୋଇଥିଲା । ଚଳିତ ବର୍ଷ ପାଇଁ ବିଶିଷ୍ଟ ପ୍ରଶାସକ, ବିଶ୍ୱବିଖ୍ୟାତ ଲେଖକ ତଥା ଯାଜପୁରର ପ୍ରାକ୍ତନ ଡେପୁଟୀ କଲେକ୍ଟର ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ ମରଣୋତ୍ତର ଭାବେ ଓ ସପଂଳ କ୍ରୀଡାବିତ୍ ଦୂତୀ ଚାନ୍ଦଙ୍କୁ ଏହି ଯଯାତି ସମ୍ମାନ ପ୍ରଦାନ କରାଯିବ ବୋଲି ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ସଂସ୍କୃତି ପରିଷଦର ଅଧ୍ୟକ୍ଷ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି ।

ଦକ୍ଷ ପ୍ରଶାସକ ସହ ଜଣେ ବିଖ୍ୟାତ ସାହିତ୍ୟିକ ଭାବେ ପରିଚିତ ବଙ୍କିମ ଚନ୍ଦ୍ର ପ୍ରସିଦ୍ଧ ଆନନ୍ଦ ମଠ ସାହିତ୍ୟ କୃତି ରଚନା ସହ ବନ୍ଦେ ମା ତରମ୍ ଗୀତ ଯାଜପୁରରେ ଥିବାବେଳେ ହିଁ ରଚନା କରିଥିଲେ । ଦେବୀ ଚୈାଧୁରାଣୀ, ଦୁର୍ଗେଶ ନନ୍ଦିନୀ, କପାଳ କୁଣ୍ଡଳ, ମୃଣାଳିନୀ, ଚନ୍ଦ୍ର ଶେଖର ଇତ୍ୟାଦି ସାହିତ୍ୟ ତାଙ୍କର କୃତି ବହନ କରେ । ସେହିପରି ଦୂତୀ ଚାନ୍ଦ ଗତ ଏସିଆନ ଗେମ୍ସରେ ଦୁଇଗୋଟିି ରୈାପ୍ୟ ପଦକ ପାଇବା ସହ ଜିଲ୍ଳ୍ାର ଗୈାରବ ବଢାଇ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଶ୍ରୀ ଦାସ କହିଚ୍ଥନ୍ତି । ତାଙ୍କୁ ସମ୍ମାନିତ କରି ଜିଲାପ୍ରଶାସନ ଗର୍ବ ଅନୁଭବ କରିବ ବୋଲି ଜିଲାପାଳ କହିଛନ୍ତି ।

By amfnews

Related Post