Fri. Mar 6th, 2026

୭ଟି ଏ କେ ୪୭ ରାଇଫଲ୍‍ ସହିତ ପୁଲିସ ଅଧିକାରୀ ଫେରାର

218 Views

ଶ୍ରୀନଗର : ଏକ ଅଭାବନୀୟ ଘଟଣାକ୍ରମେ ପୁଲିସ ବାହିନୀର ଜଣେ ଅଧିକାରୀ ୭ଟି ଏକେ ୪୭ ରାଇଫଲ୍‍, ସର୍ଭିସ ପିସ୍ତଲ୍‍ ସହିତ ଫେରାର ହୋଇଯାଇଛନ୍ତି। ଜଣେ ନେତାଙ୍କ ସୁରକ୍ଷା କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଇଥିଲା। ଅଦିଲ୍‍ ବସିର ନାମକ ଏହି ପୁଲିସ ଅଧିକାରୀ ଜଣକ କୌଣସି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇପାରିଥାନ୍ତି ବୋଲି ଆଶଙ୍କା କରାଯାଉଛି।

ପୁଲିସ ସୂଚନା ଅନୁଯାୟୀ, ଜବାହାର ନଗର ସ୍ଥିତ ପିଡିପି ବିଧାୟକ ଏ ଅହମ୍ମଦ ମିରଙ୍କ ସୁରକ୍ଷା ପାଇଁ ବସିରଙ୍କୁ ନିୟୋଜିତ କରାଯାଇଥିଲା। ରାଜ୍ୟର ସବୁଠାରୁ ହାଇ ସିକ୍ୟୁରିଟି ଜୋନ୍‍ ଭାବରେ ପରିଗଣିତ ଉକ୍ତ ଅଞ୍ଚଳରେ ଅନେକ ବରିଷ୍ଠ ସରକାରୀ ଅଧିକାରୀ ଓ ରାଜନେତା ରହୁଛନ୍ତି।

ଏହି ଘଟଣାରେ ପରେ ସମଗ୍ର କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି। ବସିରଙ୍କ ସହିତ ଏକାଧିକ ଲୋକଙ୍କ ସମର୍ଥନ ଥିବା ସନ୍ଦେହ କରାଯାଉଛି। ତେଣୁ ସେହି ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଜେରା କରାଯାଉଛି। ପଳାତକ ବସିରଙ୍କ ବିଷୟରେ ସୂଚନା ଦେବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।ଆତଙ୍କବାଦୀଙ୍କ ଧମକ ପରେ ଜାମୁ-କାଶ୍ମୀରରେ ଗତ ୧୦ ଦିନ ମଧ୍ୟରେ ୪୦ରୁ ଊଦ୍ଧ୍ୱର୍ ଏସ୍‍ପିଓ ଇସ୍ତଫା ଦେଇଛନ୍ତି।

By amfnews

Related Post