Sat. Mar 7th, 2026

୬ ଶିଶୁ, ୬ ମହିଳାଙ୍କ ସମେତ ୨୨ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

397 Views

ନୂଆପଡ଼ା, ୧୩/୧୧: ବଲାଙ୍ଗୀରର ପାଟଣାଗଡ଼,, ବେଲପଡ଼ା, ସଇଁତଳାୁ ଆନ୍ଧ୍ରପଦେଶକୁ ଦାଦନ ଖଟିବାକୂ ଯାଉଥିବା ୨୨ ଜଣ ଙ୍କୁ ଆଜି ନୂଆପଡ଼ା ପୁଲିସ ପୁରୀ- ସୁରଟ ଏକ୍ସପ୍ରେସ ଟ୍ରେନ୍‌ରୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ବେଳେ ୬ ଜଣ ମହିଳା ଓ ୧୦ ଜଣ ପୁରୁଷ ଅଛନ୍ତି। ଏହି ଘଟଣାରେ ପୁଲିସ ଦାଦନମାନଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିବା ଦଲାଲ ଅଶ୍ୱିନୀ ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ସହିତ ଆଲୋଚନା କରୁଛନ୍ତି।

ବଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ନୂଆପଡ଼ା ଖରିଆଳରୋଡ୍‌ ଷ୍ଟେସନରେ ପହଞ୍ଚି ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନଙ୍କୁ ପୁରୀ- ସୁରଟ ଟ୍ରେନ୍‌ରୁ ଉଦ୍ଧାର କରି ଥାନାକୁ ନେବା ସହିତ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତେବେ ଶ୍ରମିକମାନଙ୍କୁ କେଉଁଆଡ଼େ ନେଉଥିଲେ ସେ ନେଇ ପୁଲିସ ଦ୍ୱାରା ଅଟକ ଦଲାଲ ଅଶ୍ୱିନୀ ପାତ୍ର କିଛି କହି ପାରି ନାହିଁ। ତେବେ ଶ୍ରମିକମାନଙ୍କ ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ସେ ଜୋଙ୍କରେ ପହଞ୍ଚିବା ପରେ ଶ୍ରମିକମାନଙ୍କୁ ବଲାଙ୍ଗୀର ଜିଲ୍ଲାକୁ ଫେରାଇ ନିଆଯିବ ବୋଲି ଜଣାପଡ଼ିଛି।

By amfnews

Related Post