Wed. Jan 22nd, 2025

୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ହେଲୋ ଆର୍ସି ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର

By Pooja Apr 14, 2018 #Featured
325 Views

ଆସନ୍ତାକାଲି ଘୋଷଣା ହୋଇଛି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଗତ ଫେବୃଆରୀ ମାସରେ ଇହଧାମ ତ୍ୟାଗ କରିଥିବା ପ୍ରଥମ ଫିମେଲ୍ ସୁପରଷ୍ଟାର ଶ୍ରୀଦେବୀଙ୍କ ନାଁ ଘୋଷଣା କରାଯାଇଛି । ଏହାସହ ବଲିଉଡ୍ର ନିଉଟନ୍କୁ ଶ୍ରେଷ୍ଠ ଫିଲ୍ମ, ଲୋକପ୍ରିୟ, ଆକ୍ସନଧର୍ମୀ ଓ ସ୍ପେଶାଲ ଇଫେକ୍ଟ ପାଇଁ ବାହୁବଳୀକୁ ନାମ ଘୋଷଣା ହୋଇଛି । ସ୍ୱର୍ଗତଃ ବିନୋଦ ଖନ୍ନାଙ୍କୁ ମରଣୋତ୍ତର ଭାବେ ସମ୍ମାନଜନକ ଦାଦାସାହେବ ଫାଲ୍କେ ପୁରସ୍କାର ପାଇବେ । ଏ.ଆର୍ ରେହେମାନ୍ଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଘୋଷଣା କରାଯାଇଛି । ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦୌଡରେ ଚଳିତ ବର୍ଷ ବାଜିମାତ କରିଛି ଓଡିଆ ଫିଲ୍ମ ‘ହେଲୋ ଆର୍ସି’, ୩ଟି ବିଭାଗରେ ଏହା ପୁରସ୍କୃତ ହେବାକୁ ମନୋନୀତ ହୋଇଛି । ବର୍ତ୍ତମାନ ସମୟରେ ଓଡିଆ ଫିଲ୍ମ ପ୍ରତି ଦୂରେଇ ଯାଉଥିବା ଦର୍ଶକମାନଙ୍କ ପ୍ରତି ହେଲୋ ଆର୍ସି ସଞ୍ଜିବନୀ ସାଜିଛି । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଭାଗର ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବରେ ‘ହେଲୋ ଆର୍ସି’କୁ ଚୟନ କରାଯାଇଛି ।

ହେଲୋ ଆର୍ସିର ସଂଳାପ ପାଇଁ ନିର୍ଦ୍ଦେଶକ ତଥା ସଂଳାପକାର ସମ୍ବିତ ମହାନ୍ତିଙ୍କ ନାଁ ମରଣୋତ୍ତର ଭାବେ ଘୋଷଣା କରାଯାଇଛି । ମର୍ମସ୍ପର୍ଶୀ କାହାଣୀ ସହ ଉପଯୋଗୀ ନିର୍ଦ୍ଦେଶନା କାରଣରୁ ବ୍ୟବସାୟିକ ସିନେମାଗୁଡିକୁ ପଛରେ ପକାଇଛି ହେଲୋ ଆର୍ସି । ଏହି ଚଳଚ୍ଚିତ୍ରରେ ଦୁଇ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରକୃତି ମିଶ୍ର ଓ ପାର୍ଥସାରଥୀ । ହେଲୋ ଆର୍ସି ଫିଲ୍ମରେ ଅଭିନୟ ଲାଗି ସ୍ପେଶାଲ ମେନ୍ସନ୍ ବର୍ଗରେ ସାର୍ଟିଫିକେଟ୍ ପାଇବେ ଅଭିନେତ୍ରୀ ପ୍ରକୃତି ମିଶ୍ର ।

By Pooja

Related Post