Wed. Dec 25th, 2024

୬୦ ବର୍ଷର ଅପେକ୍ଷା ଶେଷ, ଯୁଦ୍ଧ ସ୍ମାରକ ସ୍ଥଳ ହେଲା ନିର୍ମାଣ, ୨୫ରେ ହେବ ଉଦଘାଟନ

By amfnews Jan 1, 2019 #Featured
118 Views

ନୂଆଦିଲ୍ଲୀ, ଜାନୁଆରୀ ୦୧ : ଯେତେବେଳେ ତୁମେ କାଲି ଘରକୁ ଯିବ, ଆମ ବିଷୟରେ ସେମାନଙ୍କୁ କହିବ । ଏହି ପଂକ୍ତି ସେନା ପରିବାରଙ୍କ ପାଇର୍ ସୀମାରେ ସୁରକ୍ଷା ଦେଉଥିବା ଯବାନଙ୍କ ବାର୍ତ୍ତା । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ କରୁଥିବା ଯବାନଙ୍କ ସମ୍ମାନରେ ପ୍ରଚଳିତ ହୋଇ ଆସୁଥିବା ପଂକ୍ତି ନୂତନ ବର୍ଷରେ ପୁଣି ଥରେ ମନେ ପଡ଼ିବ । ରାଜନୈତିକ ଏବଂ ପ୍ରଶାସନିକ ଉଦାସିନତା ଯୋଗୁଁ ୬୦ ବର୍ଷ ପୂର୍ବରୁ ପ୍ରସ୍ତାବିତ ନ୍ୟାସନାଲ ୱାର ମୋମୋରିଆଲ (ଏନଡବ୍ଲୁଏମ) ନିର୍ମାଣ କାମ ପାଖାପାଖି ଶେସ୍ତ ସ୍ତରରେ ପହଂଚିଛି ।

ଏହି ସ୍ମାରକ ପୀଠ ସ୍ୱାଧୀନତା ପରେ ବିଭିନ୍ନ ଯୋଦ୍ଧା ଏବଂ ଅପରେଶନରେ ସହିଦ ହୋଇଥିବା ୨୨,୬୦୦ରୁ ଅଧିକ ସେନାର ଯବାନଙ୍କ ପାଇଁ ନିର୍ମାଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ସ୍ମାରକ ସ୍ଥଳ ଜାନୁଆରୀ ୨୫ରେ ଉଦଘାଟନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲିଶାନ ରାଜପଥ ନିକଟରେ ଇଣ୍ଡିଆ ଗେଟ ପରିସରକୁ ଲାଗିଥିବା ଏହି ବିଶ୍ୱସ୍ତରୀୟ ଏନଡବ୍ଲୁଏମକୁ ଉଦଘାଟନ କରିବେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସମଗ୍ର ବିଶ୍ୱରେ ବୋଧେ ଭାରତ ପାଖରେ କୌଣସି ଯୁଦ୍ଧ ସ୍ମାରକପୀଠ ନଥିଲା ।  ସେ କହିଛନ୍ତି, ଏହି ସ୍ମାରକ ପୀଠ ଉଦଘାଟନ ହୋଇଯିବା ପରେ ସହିଦ ପରିବାରଙ୍କ ଦାବୀ ପୂରଣ ହେବ । ସୂଚନାଯୋଗ୍ୟ ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ୮୪,୦୦୦ ଭାରତୀୟ ଯବାନଙ୍କ ସ୍ମୁତିରେ ବ୍ରିଟିଶ ଶାସକମାନେ ଇଣ୍ଡିଆ ଗେଟ ନିର୍ମାଣ କରିଥିଲେ । ପରେ ୧୯୭୧ରେ ଯୁଦ୍ଧରେ ସହିଦ ହୋଇଥିବା ୩୮୪୩ ଯବାନଙ୍କ ସମ୍ମାନରେ ଅମର ଯବାନ ଜ୍ୟୋତି ନିର୍ମାଣ କରାଯାଇଛି ।

କେନ୍ଦ୍ର ସରକାର ୨୦୧୫ ଅକ୍ଟୋବରରେ ସ୍ୱାରକ ପୀଠ ନିର୍ମାଣ ପାଇଁ ଅର୍ଥ ମଂଜୁରୀ କରିଥିଲେ । ଏହାକୁ ୨୦୧୮ ଅଗଷ୍ଟ ୧୫ରେ ଉଦଘାଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ଅମର ଚକ୍ର, ବୀର ଚକ୍ର, ତ୍ୟାଗ ଚକ୍ର ଓ ରକ୍ଷା ଚକ୍ର ସହିତ ୧୫ ମିଟର ଉଚ୍ଚତା ବିଶିଷ୍ଟ ଏକ ସ୍ତମ୍ଭ ନିର୍ମାଣ କରାଯାଇଛି । ଏଥିରେ ବିଭିନ୍ନ ଚିତ୍ର ଅଙ୍କା ଯାଇଛି ।

By amfnews

Related Post