Sat. Dec 28th, 2024

୬୦ ଟପିଥିଲେ ବି କେମିତି ଫିଟ ଅଛନ୍ତି ମୋଦୀ-ପୁଟିନ

By amfnews Sep 3, 2019 #Featured
279 Views

ନୂଆଦିଲ୍ଲୀ  : ଆସନ୍ତା ବୁଧବାରଦିନ ଋଷିଆର ଭ୍ଲାଡିଭୋସ୍ତକଠାରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇଦେଶ ମଧ୍ୟରେ ଗତ ୨୦ ବର୍ଷ ଧରି ଅନୁଷ୍ଠିତ ହେଉଥିବା ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ଅବସରରେ ଏହି ଭେଟ ହେବ । ଏହି ଅବସରରେ ପୁଟିନ ମୋଦୀଙ୍କ ସମ୍ମାନାର୍ଥେ ଏକ ରାତ୍ର ଭୋଜନର ବ୍ୟବସ୍ଥା କରିଛନ୍ତି । ତେବେ ଆପଣ ଜାଣନ୍ତି କି ମୋଦୀ ଓ ପୁଟିନଙ୍କ ବୟସ ୬୦ ଟପିଥିଲେ ବି କିଭଳି ଦୁଇ ଜଣ ଫିଟ ଅଛନ୍ତି |

ମୋଦୀଙ୍କର ବୟସ ୬୮ ବର୍ଷ ହୋଇଥିବାବେଳେ ପୁଟିନଙ୍କ ବୟସ ହେଉଛି ୬୬ ବର୍ଷ | ମୋଦୀ ଦିନ ଯାକ ଯେତେ ପରିଶ୍ରମ କଲେ ବି ଭୋର ୪ଟାରୁ ୫ଟା ମଧ୍ୟ ଶଯ୍ୟାତ୍ୟାଗ କରନ୍ତି | ଏହାପରେ ମୋଦୀ ଯୋଗ ଓ ପ୍ରାଣାୟମ କରିଥାନ୍ତି | ସୂର୍ଯ୍ୟ ନମସ୍କାର ଓ ଯୋଗାସନ ଦ୍ୱାରା ମୋଦୀଙ୍କୁ ସୁସ୍ଥ ଶରୀର ମିଳିଥାଏ | ସେହିପରି ପ୍ରତିଦିନ ସକାଳେ ଖାଲି ପାଦରେ ମୋଦୀ ଘାସରେ ଚାଲିଥାନ୍ତି | ଠିକ ସେହିପରି ପୁଟିନ ମଧ୍ୟ ଜିମ ଯାଇଥାନ୍ତି | ସେ ପ୍ରତିଦିନ ବ୍ୟାୟାମ କରିବା ସହ ସନ୍ତରଣ କରିଥାନ୍ତି | ପ୍ରତିଦିନ ଦିନକୁ ଦୁଇ ଘଣ୍ଟା ସନ୍ତରଣ କରିବା ସହ ୧ ଘଣ୍ଟା ବ୍ୟାୟାମ କରିଥାନ୍ତି |

ସେହିପରି ମୋଦୀ ସକାଳେ ସନ୍ତୁଳିତ ଜଳଖିଆ ଖାଇଥାନ୍ତି | ଚୁଡା ସହ ଅଦା ଯୁକ୍ତ ଚା ପିଇଥାନ୍ତି ମୋଦୀ | ନିରାମିଷ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ମୋଦୀ ପ୍ରତିଦିନ ଫଳ ଓ ସାଲାଡ଼ ଖାଇଥାନ୍ତି | ମୋଦୀଙ୍କ ଭଳି ପୁଟିନ ମଧ୍ୟ ନିୟମିତ ସକାଳ ଜଳଖିଆ ଖାଇଥାନ୍ତି | ପ୍ରତିଦିନ ଅଣ୍ଡା ସହ ଜୁସ ପିଇବାକୁ ପସନ୍ଦ କରନ୍ତି |

By amfnews

Related Post