Sun. Mar 8th, 2026

୫ ଦିନ ଯାଏ ସ୍ୱାଭାବିକ ବର୍ଷାର ସମ୍ଭାବନା ନାହିଁ

198 Views

ଭୁବନେଶ୍ୱର  : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ନାହିଁ। ରାଜସ୍ଥାନରେ ମନସୁନ୍ ଟ୍ରପଲାଇନ୍ ସୃଷ୍ଟି ହୋଇଥିବାରୁ ସ୍ୱାଭାବିକ ବର୍ଷାର ସମ୍ଭାବନା ନଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସନ୍ତାକାଲି ଓ ତା’ପରଦିନ ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ ଏବଂ କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପ ବର୍ଷା ହେବ। ଏବେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ। ଏଯାବତ୍ ଓଡ଼ିଶାରେ୨ % କମ୍ ବର୍ଷା ହୋଇଛି। ୭୫୦ମିମି ବର୍ଷା ହେବା କଥା। ହେଲେ ୭୩୭ ମିମି ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି,“ ଦକ୍ଷିଣ ଓଡ଼ିଶା, ଉପକୂଳବର୍ତ୍ତୀ ଜିଲା ଓ ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଆଉ ଲୋ ପ୍ରେସରର କୌଣସି ସମ୍ଭାବନା ନାହିଁ। ଯଦି ସାଇକ୍ଲୋନିକ୍‌ ସରକ୍ୟୁଲେସନ୍ ହୁଏ ଆସନ୍ତାକାଲି ଓ ତା’ପର ଦିନ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହୁଛି।”

By amfnews

Related Post