Sun. Mar 8th, 2026

୫୦ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ ଆରଆଇ

282 Views

ମାଲକାନଗିରି : ଲାଞ୍ଚ ନେଇ ଧରାପଡ଼ିଲେ ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ ଅନ୍ତର୍ଗତ ମାନ୍ୟମକୋଣ୍ଡା ଆରଆଇ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ। ସେ ଏମ୍‌ଭି-୬୭ ଗାଁର ଦୀପଙ୍କର ମଣ୍ଡଳ ନାମକ ବ୍ୟକ୍ତିଙ୍କଠାରୁ ଜମିର ମ୍ୟୁଟେସନ୍‌ କରିବା ପାଇଁ ଗତକାଲି ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ।  ଏହି ସମୟରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ଟଙ୍କା ଜବତ ସହ ତାଙ୍କୁ ଗିରଫ କରିଥିଲା। 

By amfnews

Related Post