Sun. Mar 8th, 2026

୫୦ ଲକ୍ଷ ଦିଅ, ନଚେତ ତୁମ ମାଲିକଙ୍କୁ ହତ୍ୟା କରାଯିବ ; ପହଞ୍ଚିଗଲା ପୁଲିସ

177 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ପୁଲିସ୍‌ ୫ ଜଣ ନକଲି ନକ୍ସଲଙ୍କୁ ଗିରଫ କରିଛି। ଏହି ନକଲି  ନକ୍ସଲମାନେ ପେଟାଠାରେ ଥିବା ଜଣେ  ଖଣି ମାଲିକ ସି.ବେଣୁଗୋପାଲଙ୍କୁ  ନକ୍ସଲ ନାଁରେ ୫୦ ଲକ୍ଷ ଟଙ୍କା ଦାବି କରୁଥିଲେ। ଏଥିସହ ଖଣିରେ କାମ କରୁଥିବା ଗଙ୍ଗାଧର ରାଓ ନାମକ ଜଣେ କର୍ମଚାରୀଙ୍କୁ ମଧ୍ୟ ଫୋନ୍ ଯୋଗେ ତୁରନ୍ତ ୫୦ ଲକ୍ଷ ଟଙ୍କା ନଦେଲେ ତମ ମାଲିକଙ୍କୁ  ହତ୍ୟା କରାଯିବ ବୋଲି  ଧମକ ଦେଉଥିଲେ। ଗତ ୫ ତାରିଖଠାରୁ ୨୧ ତାରିଖ ଯାଏ ଏଭଳି ଧମକପୂର୍ଣ୍ଣ କଲ୍ ଖଣି ମାଲିକଙ୍କୁ ଆସିଥିଲା।

ଏହାପରେ ସେ ମୋଟୁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ୍‌ ଫୋନ୍‌କୁ ଟ୍ରାକ୍‌ କରି କେଣ୍ଡାପାଲୀ ଗାଁର ଏଙ୍କା ସୋନମ୍‌କୁ ଧରିଥିଲା। ପୁଲିସ୍‌ ତାକୁ ପଚରାଉଚରା କରିବା ବେଳେ ଏହି ଘଟଣାରେ ଆଉ ଚାରି ଜଣ ସଂପୃକ୍ତି ଥିବା ଏଙ୍କା ସୂଚନା ଦେଇଥିଲା। ପୁଲିସ୍‌ ସମସ୍ତଙ୍କୁ ଗିରଫ ଗତକାଲି କୋର୍ଟ ଚାଲାଣ କରିଥିଲା।

By amfnews

Related Post