Sat. Mar 7th, 2026

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

251 Views

ଭୁବନେଶ୍ୱର, ନଭେମ୍ବର ୨୫ : ଆଜି ରାତିରେ ମଞ୍ଚେଶ୍ବର ଅଞ୍ଚଳରେ ଚଢ଼ଉ କରି ଡିଆରଆଇ(ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ) ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏକ କଣ୍ଟେନର୍‌ରେ ବ୍ରହ୍ମପୁରରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ଖବର ପାଇ ଚଢ଼ଉ କରିବା ବେଳେ ସେଥିରୁ ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଚାଳକକୁ ଅଟକ ରଖାଯାଇଛି। ଗାଡ଼ି ମାଲିକଙ୍କ ନାମ ଅମିତ କୁମାର ବୋଲି ଡିଆର୍‌ଆଇ କହିଛି। ତାଙ୍କ ଘର ମଧ୍ୟପ୍ରଦେଶ। ଗାଡ଼ିର ମାଲିକ ଧରାପଡ଼ିଲେ ଏହି ବ୍ୟବସାୟର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଡିଆରଆଇ ଯୋଜନା କରିଥିବା ଜଣାପଡ଼ିଛି।

By amfnews

Related Post