Fri. Mar 6th, 2026

୫୦ ବର୍ଷ ତଳେ ଆଜିର ଦିନରେ ମଣିଷ ପହଞ୍ଚିଥିଲା ଚନ୍ଦ୍ରରେ

204 Views

ନୂଆଦିଲ୍ଲୀ:  ଆଜିର ଦିନରେ ୫୦ ବର୍ଷ ତଳେ, ୨୦ ଜୁଲାଇ ୧୯୬୯ ମସିହାରେ, ନାସାର ‘ଆପୋଲୋ ୧୧’ ମିଶନ ସଫଳ ହୋଇଥିଲା। ଏହି ମିଶନ ଜରିଆରେ ଆମେରିକା ପ୍ରଥମ ଥର ପାଇଁ ଚନ୍ଦ୍ରକୁ ମଣିଷ ପଠାଇବାରେ ସଫଳ ହୋଇଥିଲା। ଦୀର୍ଘ ୫୦ ବର୍ଷ ପରେ ବି ଆଜି ବି ଏହି ସ୍ମୃତି ଅମଳିନ ହୋଇ ରହିଛି। ଆଜି (ଜୁଲାଇ ୨୦) ସମଗ୍ର ବିଶ୍ୱ ଆର୍ମଷ୍ଟ୍ରଙ୍ଗଙ୍କ ସେହି ଚନ୍ଦ୍ର ଅଭିଯାନର ସଫଳତାର ପଚାଶ ବର୍ଷ ପୂର୍ତ୍ତି ପାଳନ କରୁଛି। ଗୁଗୁଲ ମଧ୍ୟ ଆଜି ଡୁଡୁଲରେ ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ଘଟଣାକୁ ସ୍ଥାନ ଦେଇଛି। ଆଉ ୨ ଦିନ ପରେ ଅର୍ଥାତ ଜୁଲାଇ ୨୨ ତାରିଖରେ ଭାରତ ମଧ୍ୟ  ତା’ର ଦ୍ଵିତୀୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିବ।

ଆମେରିକା ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ୧୯୬୧ରେ ଘୋଷଣା କରିଥିଲେ ଯେ ଆମେରିକା ଦିନେ ଚନ୍ଦ୍ରକୁ ଯିବ। ଏହାପରେ ଆମେରିକା ଚନ୍ଦ୍ର ଅଭିଯାନକୁ ସଫଳ କରିବା ପାଇଁ ଭରପୂର ପ୍ରୟାସ କରିଥିଲା। ପ୍ରଥମେ ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଥ ଥାପିଥିଲେ, ଆଉ ଠିକ୍ ୧୯ ମିନିଟ୍ ପରେ ଦ୍ୱିତୀୟ ମହାକାଶଚାରୀ ଆଲଡ୍ରିନ୍ ଚନ୍ଦ୍ରରେ ପାଦ ରଖିଥିଲେ। ଶେଷରେ ତୃତୀୟ ମହାକାଶଚାରୀ ତଥା ପାଇଲଟ୍ ମାଇକେଲ କଲିନ୍ସଙ୍କ ପାଦ ପଡ଼ିଥିଲା ।

ଆପୋଲୋ-୧୧ର ଉଦ୍ଦେଶ୍ୟ ଥିଲା ଆର୍ମଷ୍ଟ୍ରଙ୍ଗ, ବଜ ଆଲଡ୍ରିନ୍ ଏବଂ ମାଇକେଲ କଲିନ୍ସଙ୍କୁ  ସୁରକ୍ଷିତ ଭାବରେ ଚନ୍ଦ୍ରରେ ଅବତରଣ କରାଇବା ସଙ୍ଗେସଙ୍ଗେ ପୁଣି ପୃଥିବୀକୁ ଫେରାଇ ଆଣିବା। ଏହି ମିଶନର ନାମ ଥିଲା “ଦି ଇଗଲ”। ସକାଳ ୮ଟା ୩୨ରେ ପାଇଲଟଙ୍କ ସମେତ ତିନି ଜଣ ମହାକାଶ ଅଭିମୁଖେ ଯାତ୍ରା କରିଥିଲେ। ଛଅ ଘଣ୍ଟା ୩୧ ମିନିଟ୍ ମହାକାଶ ଯାନରେ ଯାତ୍ରା କରିବା ପରେ ଚନ୍ଦ୍ରରେ ପହଞ୍ଚିଥିଲେ ଏହି ତିନି ଜଣ।

ପୃଥିବୀରୁ ମହାକାଶ ଯାନରେ ଯିବା ବେଳେ ରେଡିଓ ଟେକ୍ନୋଲଜି ମାଧ୍ୟମରେ ମହାକାଶଚାରୀଙ୍କ ସହ ନାସା ଯୋଗାଯୋଗ କରୁଥିଲେ। ହେଲେ କୌଣସି କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପରେ ଅନବୋର୍ଡ କମ୍ପ୍ୟୁଟର ମାଧ୍ୟମରେ ଯୋଗାଯୋଗ ପୁନଃସ୍ଥାପିତ ହୋଇଥିଲା।

୨୧ ଘଣ୍ଟା ୩୧ ମିନିଟ ଚନ୍ଦ୍ରରେ ରହିବା ପରେ ୨୪ ଜୁଲାଇ ୧୯୬୯ରେ ପୃଥିବୀକୁ ଫେରି ଆସିଥିଲେ ତିନି ମହାକାଶଚାରୀ। ଏହି ମହାକାଶ ଯାନକୁ ପ୍ରଶାନ୍ତ ମହାସାଗରରେ ଅବତରଣ କରାଯାଇଥିଲା। ଆପୋଲୋ-୧୧ ମିଶନକୁ ସଫଳ କରାଇବାରେ ସାରା ଦୁନିଆର ୪୦ ହଜାର ଲୋକଙ୍କ ଯୋଗଦାନ ରହିଥିଲା।

ଏହି ତିନି ଜଣ ସଫଳତାର ସହିତ ଚନ୍ଦ୍ରରେ ପାଥ ଥାପିବା ପରେ ଆମେରିକାର ଆତ୍ମବିଶ୍ୱାସ ବଢ଼ିଥିଲା। ତେବେ ଆମେରିକାର ଏହି ସଫଳତା ପାଇଁ ୟୁରୋପ ଏବଂ ଅଷ୍ଟ୍ରେଲିଆର ବୈଷୟିକ ଜ୍ଞାନ ଏବଂ ଇଞ୍ଜିନିୟର ସହଯୋଗର ହାତ ବଢ଼ାଇଥିଲେ।

୮୨ ବର୍ଷ ବୟସରେ ନୀଲ ଆର୍ମଷ୍ଟ୍ରଙ୍ଗଙ୍କର ୨୫ ଅଗଷ୍ଟ ୨୦୧୨ରେ ଦେହାନ୍ତ ହୋଇଥିଲା। ଯଦିଓ ଆର୍ମଷ୍ଟ୍ରଙ୍ଗ ଆଉ ନାହାନ୍ତି କିନ୍ତୁ ତାଙ୍କର ଅବଦାନକୁ ସାରା ବିଶ୍ୱ ଏବେ ବି ମନେପକାଉଛି।

By amfnews

Related Post