Thu. Mar 12th, 2026

୫୦୦ ଟଙ୍କା ପୁରସ୍କାର ଓ ପ୍ରଶସ୍ତି ପତ୍ର ଦେଖି ଆଚମ୍ବିତ ହେଲେ ଉତ୍ତର ପ୍ରଦେଶ ପୁଲିସ ଅଧିକାରୀ

161 Views

ଲକ୍ଷ୍ନୌ  : ଜଣେ ସାଧାରଣ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ପୁରସ୍କାର ଏବଂ ପ୍ରଶସ୍ତିପତ୍ର ପାଇ ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ପୁଲିସ ଆଚମ୍ବିତ ହୋଇ ଯାଇଛନ୍ତି।

ଗୁରୁବାର ଦିନ ଦୈନିକ ଚିଠିପତ୍ର ଦେଖୁଥିବା ବେଳେ ଆଗ୍ରା ରେଞ୍ଜ୍‌ର ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ଏ ସତୀଶ କୁମାର ଗୋଟିଏ ଲଫାପା ଦେଖିଲେ। ସେଥିରେ ଥିବା ଚିଠିର ଶୀରୋନାମା ଥିଲା ‘ପ୍ରଶଂସା ପ୍ରମାଣ ପତ୍ର’ ଏବଂ ଗୋଟିଏ ଚେକ୍‌।

୧୯୯୬ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀଙ୍କ କାର୍ଯ୍ୟ ଶୈଳୀରେରେ ମୁଗ୍ଧ ହୋଇ ଚିଠିଟି ପଠାଇଥିଲେ, ଇଟାର ବିଜୟ ପାଲ୍‌ ସିଂହ। ସେ ଲେଖିଛନ୍ତି: ସାଧାରଣତଃ ଗରିବମାନଙ୍କର ଏଫ୍‌ଆଇଆର୍‌ ପୁଲିସମାନେ ଗ୍ରହଣ କରିବାକୁ ଦ୍ୱିଧାବୋଧ କରନ୍ତି ଏବଂ ସେମାନଙ୍କ ଅପମାନ ଦିଅନ୍ତି। ମୁଁ ଆପଣଙ୍କ କାର୍ଯ୍ୟ ଶୈଳୀରେ ମୁଗ୍ଧ ଏବଂ ଏହି ଚିଠି ସହ ୫୦୦ ଟଙ୍କର ଚେକ୍‌ ପଠାଉଛି।

ଏଇଟି ସର୍ବୋତ୍ତମ ସମ୍ମାନ ଏବଂ ସୁନା ସହ ତୁଳନୀୟ ବୋଲି ସେ ପୁଲିସ ଅଧିକାରୀଜଣକ କହିଛନ୍ତି।

ପୁଲିସ ଚାକିରିର ୨୩ ବର୍ଷ ମଧ୍ୟରେ ମୁଁ ଅନେକ ପଦକ, ସମ୍ମାନ ଏବଂ ପ୍ରଶସ୍ତିପତ୍ର ପାଇଛି। କିନ୍ତୁ ଏଇଟା ସର୍ବୋତ୍ତମ। ଜଣେ ପୁଲିସ ପାଇଥିବା ସବୁଠୁ ବଡ଼ ସମ୍ମାନ ହେଉଛି ଏଇଟା। ସୁନା ସହ ତୁଳନୀୟ।

By amfnews

Related Post