183 Views
ଭୁବନେଶ୍ୱର : ବିଶାଖାପାଟଣା ଓ୍ୱାଲଟିୟର ଡିଭିଜନ ମରାମତି ପାଇଁ ୪ଟି ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ଏହି ଟ୍ରେନ୍ଗୁଡ଼ିକ ହେଉଛି- ସମ୍ବଲପୁର-କୋରାପୁଟ ପାସେଞ୍ଜର ଟ୍ରେନ୍, କୋରାପୁଟ- ସମ୍ବଲପୁର, ରାୟପୁର-ବିଶାଖାପାଟଣା ଏବଂ ବିଶାଖାପାଟଣା-ରାୟପୁର ।
ପୂର୍ବତଟ ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର-କୋରାପୁଟ ପାସେଞ୍ଜର ଟ୍ରେନ୍ , କୋରାପୁଟ- ସମ୍ବଲପୁର ଟ୍ରେନ୍ ଓ ବିଶାଖାପାଟଣା-ରାୟପୁର ଟ୍ରେନ୍ ଜାନୁଆରୀ ୧୦ରୁ ମାର୍ଚ୍ଚ ୩୧ ଯାଏ ବାତିଲ୍ ହୋଇଛି। ସେହିପରି ରାୟପୁର-ବିଶାଖାପାଟଣା ଟ୍ରେନ୍ ଜାନୁଆରୀ ୧୧ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ବାତିଲ୍ ହୋଇଛି।