Wed. Jan 22nd, 2025

୪୧୫ କୋଟି ଟଙ୍କା ବିନିଯୋଗରେ ପ୍ରସ୍ତୁତ ୧୦ଟି ପ୍ରକଳ୍ପ ଜନତାଙ୍କୁ ଆଜି ଉପହାର ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ

By amfnews Jan 25, 2021 #Featured
167 Views

ନୂଆଦିଲ୍ଲୀ, ଜାନୁଆରୀ ୨୫ :  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନେଏଡା ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ସେ ୧୦ଟି ମୁଖ୍ୟ ପ୍ରକଳ୍ପ ଜନତାଙ୍କୁ ଉପହାର ଦେବେ । ଏହି ଯୋଜନାରେ ମୋଟ ୪୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସୂଚନାଯୋଗ୍ୟ, ୨୪ରୁ ୨୬ ଯାଏଁ ନୋଏଡା ଓ ଲଖନଉରେ ଉତ୍ତର ପ୍ରଦେଶ ଦିବସ ପାଇଁ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ନୋଏଡା ହାଟରେ ଆୟୋଜିତ ହୋଇଛି । 

ଉତ୍ତର ପ୍ରଦେଶ ଦିବସ ଅବସରରେ ଜାନୁଆରୀ ୨୫ରେ ନୋଏଡାକୁ ଉପହାର ମିଳିବ । ଏଥିରେ ଶହୀଦ ଭଗତ ସିଂହ ପାର୍କ, ବାୟୋ ଡାଇଭରସିଟି ପାର୍କ, ଇଣ୍ଡୋର ଷ୍ଟାଡିୟମ, ଶୁଟିଂ ରେଂଜ, ସେକ୍ଟର-୩ରେ ପାର୍କ ପାଖରେ ଓ ସେକ୍ଟର-୧୬ଏ ଫିଲ୍ମ ସିଟି ପାର୍କିଂ ଶୁଭାରମ୍ଭ ହେବ । ଏହି ପ୍ରକଳ୍ପରେ ମୋଟ ୪୧୫ କୋଟି ଟଙ୍କା ବିନିଯୋଗ ହେବ । ଏହାକୁ ଶୁଭାରମ୍ଭ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ନୋଏଡା ଗସ୍ତ କରୁଛନ୍ତି । ଯୋଗୀ ଆଦିତ୍ୟନାଥ ସେକ୍ଟର-୩୩ଏ ସ୍ଥିତ ଶିଳ୍ପ ହାଟରେ ଆୟୋଜିତ କାର୍ଯ୍ୟକ୍ରମକୁ ଆସିବେ ଏବଂ ଏଠାରେ ପ୍ରକଳ୍ପ ଶୁଭାରମ୍ଭ କରିବେ । 

By amfnews

Related Post