Sun. Mar 8th, 2026

୪୦ ବର୍ଷ ତଳର ଋଣ ଶୁଝିବାକୁ ଅସମର୍ଥ ହୋଇ ବାପା ଓ ଜେଜେଙ୍କ ଭଳି ଆତ୍ମହତ୍ୟା କଲେ ୨୨ ବର୍ଷିୟ ବର୍ଣ୍ଣାଲା ଯୁବକ

196 Views

ଚଣ୍ଡିଗଡ଼  : ୪୦ ବର୍ଷ ତଳେ କରାଯାଇଥିବା ଋଣ ପରିଶୋଧ କରି ନ ପାରି ଗତ ବୁଧବାର ଦିନ ଭୋତନା ଗ୍ରାମ ଅନ୍ତର୍ଗତ ବର୍ଣ୍ଣାଲା ପରିବାରର ଜଣେ ୨୨ ବର୍ଷିୟ ଯୁବକ ଆତ୍ମହତ୍ୟା କରିଛନ୍ତି।

ସେ ଋଣ ବର୍ଣ୍ଣାଲା ପରିବାରର ଗୋଟିଏ ନୁହଁ, ତିନି ପିଢ଼ିର ପୁରୁଷଙ୍କ ଜୀବନ ନେଲାଣି। ପୂର୍ବରୁ ସେ ଋଣ ପରିଶୋଧ କରି ନ ପାରି ତାଙ୍କର ଜେଜେ ଓ ବାପା ଆତ୍ମହତ୍ୟା କରିଥିଲେ। ଏବେ ସେ ଋଣ ଯନ୍ତାରେ ପଡ଼ିଥିଲେ ବର୍ଣ୍ଣାଲା ପରିବାର ଦାୟଦ ୨୨ ବର୍ଷିୟ ଲଭ୍‌ପ୍ରୀତ୍‌ ସିଂହ। ସେ ତାହା ପରିଶୋଧ କରି ନ ପାରିବାରୁ ବିଷ ଖାଇ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।

ପଞ୍ଜାବ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ, ଲଭ୍‌ପ୍ରୀତ୍‌ଙ୍କ ଉପରୁ ୫ ଲକ୍ଷ ଟଙ୍କା ଋଣ ଛାଡ଼ ପାଇବାକୁ ଯୋଗ୍ୟ ଥିଲେ, କିନ୍ତୁ ୫୭ ହଜାର ଟଙ୍କା ଛାଡ଼ ହେଲା।ମାତ୍ର ଏକ ଏକର ଜମି ଥିବା ବର୍ଣ୍ଣାଲା ପରିବାର ଉପରେ ସମୁଦାୟ ଅନାଦେୟ ଋଣର ପରିମାଣ ୯ ଲକ୍ଷ ଟଙ୍କା। ସେମାନେ ଅନେକ ଦଶନ୍ଧି ତଳେ ଘରୋଇ ସୂତ୍ରରୁ ୬ ଲକ୍ଷ ଟଙ୍କା ଏବଂ ବ୍ୟାଙ୍କ୍‌ରୁ ୨ ଲକ୍ଷ ଟଙ୍କା ଋଣ ନେଇଥିଲେ।

୪୦ ବର୍ଷ ତଳେ ଲଭ୍‌ପ୍ରୀତ୍‌ଙ୍କ ଅଣଜେଜେ ଯୋଗୀନ୍ଦର ସିଂହ ଜୀବନ ହରାଇ ପରିବାରରେ ପ୍ରଥମେ ଆତ୍ମହତ୍ୟା କରିଥିଲେ। ତାଙ୍କ ପୁଅ ଅର୍ଥାତ୍‌ ଭଲ୍‌ପ୍ରୀତ୍‌ଙ୍କ ଜେଜେ ଭଗବାନ ସିଂହ ମଧ୍ୟ ଋଣ ପରିଶୋଧ କରି ନ ପାରି ୨୫ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ। ଲଭ୍‌ପ୍ରୀତ୍‌ଙ୍କ ବାପା କୁଳବନ୍ତ ସିଂହ ମଧ୍ୟ ବୋଝ ସହି ପାରି ନ ଥିଲେ। ସେ ୨୦୧୮ରେ ଆତ୍ମହତ୍ୟା କରିଥିଲେ। ରାଜ୍ୟରେ କୃଷକମାନଙ୍କର ଆତ୍ମହତ୍ୟା ରୋକିବାରେ ପଞ୍ଜାବ ସରକାରଙ୍କ ଋଣ ଛାଡ଼ ଯୋଜନା ବିଫଳ ହୋଇଛି। ଏହି ଯୋଜନା ଆରମ୍ଭ ହେବା ପର ଠାରୁ ୬୦ରୁ ଅଧିକ କୃଷକ ଆତ୍ମହତ୍ୟା କଲେଣି।

By amfnews

Related Post