Fri. Mar 6th, 2026

୩୬ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ଫେରିବେ ଜୟପୁର ବ୍ୟକ୍ତି

222 Views

ଜୟପୁର: ୧୯୮୨ ମସିହାରେ ଦୁଇଟି ପୁଅର ବାପା ଗଜେନ୍ଦ୍ର ଶର୍ମା ଘର ଛାଡ଼ିଲା ବେଳେ ତାଙ୍କୁ ହୋଇଥିଲା ୪୦ ବର୍ଷ। ପାକିସ୍ତାନ ଜେଲ୍‌ରେ ୩୬ ବର୍ଷ କଟାଇବା ପରେ ସେ ତାଙ୍କର ୬ ଜଣ ନାତିନାତୁଣୀ ଏବଂ ତାଙ୍କ ପରିବର୍ଦ୍ଧିତ ପରିବାରକୁ ଦେଖିବେ।

ମେ୍‌ ୨୦୧୮ରେ ଲାହୋର ଅନ୍ତର୍ଗତ କୋଟ୍‌ ଲାଖପତ୍‌ ଜେଲ୍‌ରେ ଜୟପୁରର ଏହି ଶ୍ରମିକଙ୍କୁ ଠାବ କରାଯାଇଥିଲା ଏବଂ ଅଗଷ୍ଟ ୧୩ ତାରିଖ ଦିନ ତାଙ୍କୁ ମୁକ୍ତ କରାଯିବ। ଗୁରୁବାର ଦିନ ବୈଦେଶିକ ବ୍ୟାପାର ବିଭାଗର କନିଷ୍ଠ ମନ୍ତ୍ରୀ ଭି କେ ସିଂହ ଶର୍ମାଙ୍କ ପରିବାରକୁ ତାଙ୍କ ମୁକ୍ତି ବିଷୟରେ ସୂଚନା ଦେଇଛନ୍ତି।

ଶର୍ମାଙ୍କ ପତ୍ନୀ ମନ୍ଦାକିନୀ ଦେବୀ ଏବଂ ସାନ ପୁଅ ମୁକେଶ ସିଂହଙ୍କୁ ଗୁରୁବାର ଦିନ ଦିଲ୍ଲୀରେ ଭେଟିଥିଲେ। ମୁକେଶ କହନ୍ତି: ଅଗଷ୍ଟ ୧୩ ତାରିଖ ଦିନ ବାପା ଜେଲ୍‌ରୁ ମୁକୁଳିବେ ବୋଲି ଆମକୁ କୁହାଯାଇଛି। ଆମେ ପ୍ରାର୍ଥନା କରୁଛୁ ସେ ଘରକୁ ବା ଦେଶକୁ ଫେରି ସ୍ୱାଧୀନତା ଦିବସ ପାଳନ କରିବେ।

ସେ ଜୟପୁରରେ ପହଞ୍ଚିବା ତାଙ୍କ ପରିବାର ବଡ଼ ଭୋଜିର ଆୟୋଜନ କରିବେ। ଜୟପୁର ସାଂସଦ ରାମଚନ୍ଦ୍ର ବୋରା କହନ୍ତି: ସେ ଜେଲ୍‌ରେ ଅଛନ୍ତି ବୋଲି ପଞ୍ଜାବ ନିଉଜ୍‌ ରିପୋର୍ଟରୁ ଆମେ ଜାଣିଲୁ, କିନ୍ତୁ ତାଙ୍କୁ କାହିଁକି ଜେଲ୍‌ ହୋଇଛି ଆମେ ଜାଣୁନା। ତାଙ୍କ ପରିବାର ଲୋକେ ମୋ ପାଖରେ ପହଞ୍ଚିଥିଲେ। ପ୍ରଥମେ ପାକିସ୍ତାନରେ ତାଙ୍କୁ ଦୁଇ ମାସ ଜେଲ୍‌ ଦିଆଯାଇଥିଲ, କିନ୍ତୁ ସେ କନ୍‌ସୁଲାର୍‌ ପାଇ ପାରିଲେ ନାହିଁ, ତେଣୁ ୩୬ ବର୍ଷ ଜେଲ୍‌ରେ କଟାଇବାକୁ ପଡ଼ିଲା।

By amfnews

Related Post