Sat. Mar 7th, 2026

୩୫ ଦିନରେ ଦାବି ପୂରଣ ନ ହେଲେ ଆତ୍ମାହୂତି ଦେବି: ସୁର ରାଉତରାୟ

215 Views

ଭୁବନେଶ୍ୱର :  ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାର ନାଁ ଧରୁ ନାହାନ୍ତି ସରକାର । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିଦାବିଷ୍ଣୁ ସାଜିଛି।  ଆସନ୍ତା ୩୫ ଦିନ ମଧ୍ୟରେ ଏହି ଦାବି ପୂରଣ ନ ହେଲେ ଜାନୁଆରି ୨୭ ତାରିଖରେ ଗାଁ ଲୋକେ ନବୀନ ନିବାସ ଘେରାଉ କରିବା ସହ ସମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଏହାର ନେତୃତ୍ୱ ଖୋଦ ଜଟଣୀ ବିଧାୟକ ସୁର ରାଉତରାୟ ନେବେ । ଲୋକଙ୍କ ସମସ୍ୟା ନିମନ୍ତେ ଏକ ବିଶାଳ ରାଲିରେ ଆସି ପ୍ରଥମେ ସେ ନବୀନ ନିବାସ ସମ୍ମୁଖରେ ଆତ୍ମାହୂତି ଦେବେ । ଏହାପରେ ଆହୁରି ୧୦୦ ଜଣ ଏପରି କରିବେ ବୋଲି ଆଜି  ଏକ ସାମ୍ବାଦିକ ସମ୍ମିଳନୀରେ  ବିଧାୟକ ସୁର ରାଉତରାୟ ଜଣାଇଛନ୍ତି ।

ବିଧାୟକଙ୍କ ଅଭିଯୋଗ ଯେ, ୨୭ଟି ଗାଁ ଲୋକଙ୍କ ସ୍ଥିତିବାନ ସଂପତ୍ତିକୁ ୨୦୧୨ରେ ରାଜ୍ୟ ସରକାର ଜଗନ୍ନାଥ ସଂପତ୍ତି ଭାବେ ଦର୍ଶାଇଥିଲେ। ଏଣୁ ଗାଁ ଲୋକେ ନିଜ ଜମି ଥାଇ ବି କୌଣସି ନିର୍ମାଣ କାମ କରିପାରୁନାହାନ୍ତି । ଏପରିକି ଗାଁରେ କୌଣସି ପ୍ରକାର ସାମୁହିକ ଉନ୍ନୟନ ପ୍ରକଳ୍ପ ହୋଇପାରୁନାହିଁ । ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ସରକାର ତାହା ପାଳନ କରୁନଥିବା ସେ ଅଭିଯୋଗ କରିଛନ୍ତି ।

ଏହାବ୍ୟତୀତ ଦାରୁଠେଙ୍ଗରେ ଡମ୍ପିଂୟାର୍ଡ କରାଯାଇଥିବାରୁ ରୋଗ ବ୍ୟାପୁଥିବ ସେ କହିଛନ୍ତି । ଏଥିଯୋଗୁ ଛୋଟ ଛୁଆଙ୍କୁ ଧରି ବଞ୍ଚିବା କଷ୍ଟକର ହୋଇ ପଡ଼ିଥିବା ବେଳେ ନିଶ୍ୱାସ ନେବାରେ ମଧ୍ୟ ଲୋକେ କଷ୍ଟ ପାଉଛନ୍ତି।  ହେଲେ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଛି ପ୍ରଶାସନ। ସେଠାରୁ ଡମ୍ପିଂ ୟାର୍ଡ ସ୍ଥାନାନ୍ତର ନିମନ୍ତେ ଲୋକଙ୍କ ବାରମ୍ବାର ଦାବି ସତ୍ତ୍ୱେ ଚେତୁନି ପ୍ରଶାସନ।

By amfnews

Related Post