Sat. Mar 7th, 2026

୩୨ ଲକ୍ଷ ୩୪ ହଜାର ପରିବାରକୁ କାଳିଆ ଯୋଜନା, ୩୨୩୪ କୋଟି ଅଧିକ ବ୍ୟୟ ବରାଦ କଲେ ରାଜ୍ୟ ସରକାର

244 Views

ଭୁବନେଶ୍ୱର: କାଳିଆ ଯୋଜନାରୁ ଜଣେ ବି ବ୍ୟକ୍ତି ବାଦ ପଡ଼ିବେ ନାହିଁ। ନବୀନ ସରକାରଙ୍କ ଗୁରୁମନ୍ତ୍ର ବିବେଚନା କରି ଚାଷୀଙ୍କ ହିତରେ ଅଧିକ ବ୍ୟୟବରାଦ କରାଯିବ। କାଳିଆ ଯୋଜନାରେ ଚାଷୀଙ୍କ ହିତ ପାଇଁ ଅଧିକ ୩୨୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯୋଜନାରେ ୩୨ ଲକ୍ଷରୁ ଅଧିକ ଭାଗ ଚାଷୀ ଓ ଭୂମିହୀନ ଚାଷୀଙ୍କୁ ଲାଭ ମିଳିବ। ଏହା ସହ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପୃକତ ହୋଇପାରିବେ। ମୋଟ ୭୫ ଲକ୍ଷ ଚାଷୀ ହେବେ ଉପକୃତ।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୪ ତାରିଖରେ କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ ନେଇ କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲେ। ବିଜ୍ଞପ୍ତିରେ ଦର୍ଶାଯାଇଥିଲା ୨୦୧୮-୧୯ରେ ୪୨.୬୬ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ), ଭୂମିହୀନ ଚାଷୀ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୧୯-୨୦ରେ ସେହି ତାଲିକାରେ ଅତିରିକ୍ତ ୨.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ ସହିତ ୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ଯୋଡ଼ା ଯାଇଥିଲା।

ନବୀନ ସରକାର ପଞ୍ଚମ ଥର ପାଇଁ କ୍ଷମତାସୀନ ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍‌ ବେଠକରେ ଅତିରିକ୍ତ ୩୨.୩୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାର ସୁବିଧା ଦେବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା। ଏହି ତାଲିକାରେ ଅଛନ୍ତି ୭.୫ ଲକ୍ଷ ଓ ୨୪.୮୪ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ), ଭୂମିହୀନ ଚାଷୀ ପରିବାର । ଏହା ଫଳରେ ମୋଟ ହିତାଧିକାରୀ ଚାଷୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି। ଏହି ୭୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ୫୦ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ) ଥିବା ବେଳେ ଅବଶିଷ୍ଟ ୨୫ ଲକ୍ଷ ହେଉଛନ୍ତି ଭୂମିହୀନ ଚାଷୀ ପରିବାର।

By amfnews

Related Post