Sat. Mar 7th, 2026

୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନ ମୋହନ

215 Views

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କ୍ଷମତାଚ୍ୟୁତ୍‌ ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଗଣତି ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ୧୭୮ଟି ବିଧାନସଭା ଆସନରୁ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ୧୪୯ଟି ଆସନରେ ଯଥେଷ୍ଟ ଆଗରେ ରହିଛି। ସେହିପରି ଟିଡିପି ୨୫ଟି ଓ ଜନସେନା ପାର୍ଟି ୧ଟି ଆସନରେ ଆଗରେ ରହିଛି। ଏଭଳି ଟ୍ରେଣ୍ଡ ଦେଖି ୱାଇଏସ୍‌ଆର କଂଗ୍ରେସ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୮୮।

ଏନେଇ ଆଜି ସନ୍ଧ୍ୟାରେ ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ରାଜ୍ୟପାଳଙ୍କୁ ଭେଟିବେ। ଏହାପରେ ସେ ଆସନ୍ତା ୩୦ ତାରିଖ ଦିନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦଳର ବରିଷ୍ଠ ନେତା ଉମାରେଡ୍ଡୀ ଭେଙ୍କେଟଶ୍ୱରାଲୁ ସୂଚନା ଦେଇଛନ୍ତି।

By amfnews

Related Post