Fri. Mar 6th, 2026

୩ଟି ପରିବାରର ୧୫ ବଖରା ଘର ପୋଡି ପାଉଁଶ

371 Views

ଭଦ୍ରକ: ଭଦ୍ରକ ଆଗରପଡ଼ା ଥାନା ବନ୍ତ ବ୍ଲକ୍‌ ଅଗିରାଗଡ଼ଇା ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଗୁହାଳରେ ବନ୍ଧା ଥିବା ଗୋରୁ ସହିତ ଛେଳି ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଏଥିସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଅଗ୍ନିକାଣ୍ଡରେ ପୋଡି ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ସୂଚନାଯୋଗ୍ୟ, ଭଦ୍ରକ ବନ୍ତ ବ୍ଲକ୍‌ ଅଗିରାଗଡ଼ଇା ଗାଁରେ ଲୋକେ ଖିଆପିଆ ସାରି ଶୋଇଥିଲେ। ଏହି ସମୟରେ ଆକସ୍ମିକ ଭାବେ ନିଆଁ ଲାଗି ୩ଟି ପରିବାରର ପାଖାପାଖି ୧୫ ବଖରା ଘର ଆଖି ପିଛୁଳାକେ ଜଳି ଯାଇଥିଲା। ବିଳମ୍ବିତ ରାତିରେ ନିଆଁ ଲାଗିବା ଖବର ଶୁଣି ଗ୍ରାମବାସୀ ଉଠିପଡ଼ି ଘଟଣାସ୍ଥଳକୁ ଧାଇଁ ଆସି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦେଖୁଦେଖୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯିବା ସହିତ ତିନିଟି ପରିବାରର ଗୁହାଳରେ ବନ୍ଧା ଥିବା ୬ଗୋରୁ ସହିତ ୧୦ଛେଳି ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା କି ସାଧାରଣ ଗ୍ରାମବାସୀ ନିଆଁକୁ ଆୟତ୍ତ କରି ପାରି ନଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଅନେକ କ୍ଷୟକ୍ଷତି ହୋଇ ସାରିଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିଲା।

By amfnews

Related Post