Mon. Mar 9th, 2026

୨ ନାବାଳିକାଙ୍କୁ ଦୁଷ୍କର୍ମ

147 Views

ଘୁ.ଉଦୟଗିରି/ନୟାଗଡ଼ : କନ୍ଧମାଳ ଓ ନୟାଗଡ଼ରେ ୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ନୟାଗଡ଼ର ନାବାଳିକା ହେଉଛନ୍ତି ଜଣେ ଦିବ୍ୟାଙ୍ଗ। ତାଙ୍କ ସହିତ ସମ୍ପର୍କୀୟ ଅଜା ଅମାନୁଷିକ କାର୍ଯ୍ୟ କରି କେଉଁଆଡ଼େ ଫେରାର୍‌ ହୋଇଯାଇଛି। କନ୍ଧମାଳରେ ଘଟଣାର ଅଭିଯୁକ୍ତ ଲୋକମାନେ ନିସ୍ତୁକ ମାଡ଼ ମାରିବା ସହିତ ପୁଲିସ୍‌ର ଜିମା ଦେଇଛନ୍ତି।

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ.ଉଦୟଗିରି ଥାନା ଇଲାକା ଘଟଣା ଘଟିଛି। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ବୟସ ମାତ୍ର ୩ ବର୍ଷ। ଗତକାଲି ସନ୍ଧ୍ୟାରେ ବିଦ୍ୟୁତ କାଟ୍‌ର ସୁଯୋଗ ନେଇ ଅଭିଯୁକ୍ତ ପ୍ରସନ୍ନ କୁମାର ଦିଗାଳ ଚକୋଲେଟ୍‌ ଦେବା ବାହାନାରେ ନାବାଳିକାକୁ ଉଠାଇ ନେଇଥିଲା। କିଛି ସମୟ ଏକ ଚର୍ଚ୍ଚ ବାରଣ୍ଡାରେ ଶିଶୁକନ୍ୟାଟିକୁ ଦୁଷ୍କର୍ମ କରୁଥିବା ମା’ ଦେଖିବା ପରେ ଚିତ୍କାର କରିଥିଲେ। ସାହିବାସିନ୍ଦା ସେଠାରେ ରୁଣ୍ଡ ହେବା ପରେ ପ୍ରସନ୍ନ ଫେରାର୍‌ ହୋଇଯାଇଥିଲା। ଆଜି ସକାଳେ ସାହି ଲୋକେ ପୁଣି ପ୍ରସନ୍ନକୁ ଖୋଜାଖୋଜି କରିଥିଲେ। ପାଇବା ପରେ ତାକୁ ପ୍ରବଳ ମାଡ଼ ମାରିବା ସହିତ ଘୁ.ଉଦୟଗିରି ଥାନା ଜିମା ଦେଇଥିଲେ।

ସେହିଭଳି, ନୟାଗଡ଼ ଇଟାମାଟି ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଦୁଷ୍କର୍ମକାରୀ ହେଉଛି ପୀଡ଼ିତାର ସମ୍ପର୍କୀୟ ଅଜା। ଘଟଣା ପରେ ସେ ଫେରାର୍‌ ହୋଇଯାଇଥିବାବେଳେ ଆଜି ପୀଡ଼ିତାର ଆଜି ଡାକ୍ତରୀମାଇନା କରାଯାଇଛି। ଅନ୍ୟପକ୍ଷରେ, ଏହିଭଳି ଏକ ସମ୍ବେଦନଶୀଳ ଘଟଣାରେ ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ବିଭିନ୍ନ ମହଲରେ ଦାବି କରାଯାଇଛି।

By amfnews

Related Post