Sat. Mar 7th, 2026

୨ ଦିନିଆ ରିମାଣ୍ଡରେ ଯିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

303 Views

ଓଡ଼ିଶା,ଡିସେମ୍ବର 14 : ଗତ ୪ ତାରିଖରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି, IT ଆକ୍ଟ ୨୦୦୦ର ଦଫା ୬୬ C ଓ D ରେ ମାମଲା ରୁଜୁ କରି ଗିରଫ କରିଥିବା କ୍ରାଇମବ୍ରାଞ୍ଚ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ।

ଗତକାଲି ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଏଥିପାଇଁ ଭୁବନେଶ୍ୱର ଝଊଔଗ କୋର୍ଟ ଅନୁମତି ଦେଇଛନ୍ତି। ତାଙ୍କୁ ଜାମିନେଇ ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ।  ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏବେ ପ୍ରଦୀପ ଝାରପଡ଼ା ଜେଲ୍‌ରେ ରହିଛନ୍ତି।

ପ୍ରଦୀପଙ୍କ ଆକାଉଣ୍ଟକୁ ଅଢେଇ କୋଟି ଟଙ୍କା ଆସିଥିଲା। ଏହାଛଡ଼ା ତାଙ୍କ ଆକାଉଣ୍ଟରୁ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥିବା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଏହି ସବୁ ଟଙ୍କା କେଉଁଠୁ ଆସିଲା? ଏ ସମ୍ପର୍କରେ ଯାଞ୍ଚ କରୁଛି ଇଡି।

By amfnews

Related Post