206 Views
ଭୁବନେଶ୍ୱର : ଆଗାମୀ ୨୯ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି। ରାଜଭବନ ପକ୍ଷରୁ ଶପଥ ଗ୍ରହଣ ନେଇ ଏ ସଂପର୍କରେ ବିଧିବଦ୍ଧ ପ୍ରେସ୍ ନୋଟ୍ ଜାରି କରାଯାଇଛି।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କ ସୂଚନା ଅନୁଯାୟୀ, ଏହି ଶପଥ ଗ୍ରହଣ ସମାରୋହ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ସେହିଦିନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।