Sat. Jan 25th, 2025

୨୮୭ ଦିନ ପରେ ଦିଲ୍ଲୀରେ କରୋନାଜନିତ ମୃତ୍ୟୁ ନାହିଁ, ସତର୍କ ରହିବାକୁ ହେବ: କେଜ୍ରିୱାଲ

By amfnews Feb 10, 2021 #Featured
167 Views

ନୂଆଦିଲ୍ଲୀ, ଫେବୃଆରୀ ୧୦ (ଖବର ଓଡ଼ିଶା): ଗତବର୍ଷ ମାର୍ଚ୍ଚ ମାସ ଠାରୁ କରୋନା ସହିତ ଲଢ଼େଇ ଜାରି ରଖିଥିବା ଜାତୀୟ ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ଆସିଛି । କରୋନା ନେଇ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ପାଖାପାଖି ୨୮୭ ଦିନ ପରେ ଦିଲ୍ଲୀରେ କରୋନା ଭାଇରସ ଜନିତ ମୃତ୍ୟୁ ଖବର ଆସିନାହିଁ । ଏହା ପୂର୍ବରୁ ଦିଲ୍ଲୀରେ ୨୦୨୦ ଏପ୍ରିଲ ୨୮ ତାରିଖରେ କରୋନା ଭାଇରସରେ କୌଣସି ଲୋକଙ୍କର ମୃତ୍ୟୁ ହୋଇ ନଥିଲା । 

Image

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଟୁଇଟ କରି ଲେଖିଛନ୍ତି ଯେ, ଦିଲ୍ଲୀବାସୀଙ୍କ ଲାଗି ଖୁସି ଖବର ଆସିଛି ।  ଆଜି କରୋନା କାରଣରୁ ଦିଲ୍ଲୀରେ କୌଣସି ଲୋକଙ୍କର ମୃତ୍ୟୁ ହୋଇନାହିଁ । ତେଣୁ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଉଛି । କରୋନା ସଂକ୍ରମଣ ମାମଲା ଦିନକୁ ଦିନ ହ୍ରାସ ପାଉଛି । କିନ୍ତୁ ଟିକାକରଣ ଅଭିଯାନ ଜାରି ରହିଛି । ଦିଲ୍ଲୀବାସୀ କରୋନା ମୁକାବିଲା ଲାଗି ବହୁ ପରିଶ୍ରମ କରିଛନ୍ତି । କିନ୍ତୁ ଏବେବି ଆମକୁ ସତର୍କ ରହିବାକୁ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଟୁଇଟ୍‌ରେ ରିଟୁଇଟ କରି ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜୈନ ନିଜର ଟୁଇଟରେ ଲେଖିଛନ୍ତି ଯେ, ଆଜି କୋଭିଡରେ ଜଣେ ଲୋକର ବି ମୃତ୍ୟୁ ହୋଇନାହିଁ । ଦିଲ୍ଲୀବାସୀ ଏକାଠି ହୋଇ ଏହି ଭାଇରସର ମୁକାବିଲା କରିଛନ୍ତି । ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବ । ମନୀଷ ସିସୋଦିଆ ମଧ୍ୟ ଟୁଇଟ କରି ଲେଖିଛନ୍ତି ଯେ, ଅନେକ ମାସ ପରେ ବଡ଼ ସୁଖଦ ଖବର ଆସିଛି । ଏମିତି ସମୟ ଆସିବ ଯେ, ଦିଲ୍ଲୀରେ କରୋନା ନଥିବ ବୋଲି ସେ କହିଛନ୍ତି । 

By amfnews

Related Post