Sat. Mar 7th, 2026

୨୮୫୬ ଜଣ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି

213 Views

ଭୁବନେଶ୍ୱର : ରାଜ୍ୟ ସରକାର ଏଯାଏ ୨୮୫୬ ଜଣ ବିଦେଶ ଫେରନ୍ତାଙ୍କ ସହ ଯୋଗାଯୋଗ କରିପାରିନାହାନ୍ତି। ଗତ ୧୪ ଦିନ ମଧ୍ୟରେ ୨୮୫୬ ଜଣ ବିଦେଶରୁ ଫେରିଥିଲେ।  ତେବେ ଜିଲ୍ଲାସ୍ତରୀୟ ସର୍ଭେଇଲାନ୍ସ ଟିମ୍ ସେମାନଙ୍କ ସହ ଯୋଗାଯୋଗ କରିପାରିନାହିଁ।

ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କ ସହ ଯୋଗାଯୋଗ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ  ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଚିଠି ଲେଖିଛନ୍ତି।

ଏହି ବିଦେଶ ଫେରନ୍ତାମାନେ ହୋମ୍ କ୍ୱାରେଣ୍ଟାଇନ ବା ଘରେ ସଂଗରୋଧରେ ନରହିଲେ ଅନ୍ୟମାନଙ୍କୁ ସଂକ୍ରମିତ  କରିବାର ଆଶଙ୍କା ରହିଛି। ତେଣୁ ସେମାନଙ୍କଠାରେ  ଲକ୍ଷଣ ପ୍ରକାଶ ପାଉ ନ ଥିଲେ ବି  ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ପାଇଁ ଚାରିଆଡ଼େ ଜଟିଳ ସ୍ଥିତି ଦେଖାଦେଇଥିବା ବେଳେ ରାଜ୍ୟ ଯେପରି ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି  ନ କରେ ସେଥିପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଏପରି ସ୍ଥିତିରେ ଏହା ଏକ ଚିନ୍ତାଜନକ ଖବର ଭାବେ ସାମ୍ନାକୁ ଆସିଛି।

By amfnews

Related Post