Sun. Jun 8th, 2025

୨୭ କୋଟି ଟଙ୍କା ମୂଲ୍ୟର ହୀରା ଚୋରି ଅଭିଯୋଗରେ ୭ ଗିରଫ

By amfnews Feb 1, 2019 #Featured
194 Views

ମୁମ୍ବାଇ : କେତେକ ହୀରା ବ୍ୟବସାୟୀଙ୍କଠାରୁ ପ୍ରାୟ ୨୭ କୋଟି ଟଙ୍କା ମୂଲ୍ୟର ହୀରା ଚୋରି କରିବା ଅଭିଯୋଗରେ ଜଣେ ଏଜେଣ୍ଟଙ୍କ ସମେତ ସାତଜଣଙ୍କୁ ପୁଲିସ ଗିରଫ କରିଛି। ଏମାନେ ୨୫ ଜଣ ହୀରା ବ୍ୟବସାୟୀଙ୍କଠାରୁ ଗତ ବର୍ଷ ଡିସେମ୍ବର ମାସରେ ହୀରା ଚୋରି କରିଥିବାର ଅଭିଯୋଗ ହୋଇଥିଲା।

ଅଭିଯୋଗକାରୀମାନେ କହିଛନ୍ତି ଯେ ଜଣେ ଏଜେଣ୍ଟ ୟତୀଶ ପଚାରିୟା ଓ ତାଙ୍କର ସହଯୋଗୀ ମାନେ ହୀରା କ୍ରେତା ଖୋଜିବା ବାହାନାରେ ସେମାନଙ୍କଠାରୁ ହୀରା ନେଇଥିଲେ। ତା’ପରେ ସେମାନେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ। ପୁଲିସ ଉପ କମିଶନର ଅନୀଲ କୁମ୍ଭରେ କହିଛନ୍ତି ଯେ ତଦନ୍ତ ପରେ ଜଣା ପଡ଼ିଲା ଯେ ଏଜେଣ୍ଟ ୟତୀଶ ମୁମ୍ବାଇ ଛାଡି ଉତ୍ତର ପ୍ରଦେଶ, ପଞ୍ଜାବ,ବିହାର ଏବଂ ରାଜସ୍ଥାନର କେତେକ ଜାଗାରେ ରହୁଛି। ଆହୁରି ମଧ୍ୟ କୁହାଯାଉଛି ୟତୀଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ବି ସାଧୁ ବନି ରହୁଥିଲା। କିନ୍ତୁ ସେ ବ୍ୟବସାୟୀମାନଙ୍କଠାରୁ ନେଇଥିବା ହୀରା ବିକିପାରିଲା ନାହିଁ। ତା’ପରେ ସେ ମୁମ୍ବାଇ ଫେରିଥିଲା। ତା’ପରେ ପୁଲିସ ତାକୁ ଜାଲ ବିଛାଇ ଗିରଫ କରିଥିଲା। ଏହାପରେ ୟତୀଶର ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଧରିଥିଲା ପୁଲିସ। ପୁଲିସ ସେମାନଙ୍କଠାରୁ ୩୮ ଲକ୍ଷ ଟଙ୍କା ଚୋରି ହୀରା ଜବତ କରିଛନ୍ତି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୦୯ ଓ ୪୨୦ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

By amfnews

Related Post