Fri. Mar 6th, 2026

୨୬/୧୧ ଆକ୍ରମଣ ଉପରେ ବିବାଦୀୟ ଟୁଇଟ୍‌ କରି ପରେ ଡିଲିଟ୍‌ କରିଦେଲେ ମେଘାଳୟ ରାଜ୍ୟପାଳ

511 Views

ମୁମ୍ବାଇ: ମେଘାଳୟ ରାଜ୍ୟପାଳ ତଥାଗତ ରୟ ୨୬/୧୧ ଆକ୍ରମଣ ସଂପର୍କରେ ଏକ ବିବାଦୀୟ ଟୁଇଟ୍‌ କରିବା ପରେ ଏହା ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇଛି। ଅବଶ୍ୟ ସେ ଟୁଇଟ୍‌ କରିବାର କିଛି ସମୟ ପରେ ତାହାକୁ ଡିଲିଟ୍‌ କରିବା ସହ ଟୁଇଟ୍‌ଟି ସେ ଭୁଲ୍‌ରେ କରିଥିଲେ ବୋଲି ସଫେଇ ଦେଇଛନ୍ତି। ମେଘାଳୟ ରାଜ୍ୟପାଳ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଥିଲେ ଯେ, ‘ଦଶ ବର୍ଷ ତଳେ ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆକ୍ରମଣରେ (ମୁସ୍‌ଲମାନମାନଙ୍କୁ ବାଦ୍‌ ଦେଇ) ଅନେକ ନିରୀହଙ୍କ ଜୀବନ ଯାଇଥିଲା। ଯାହାକୁ ଆମେ ୨୬/୧୧ ନାମରେ ଜାଣୁ।’

କିଛି ସମୟ ପରେ ରାଜ୍ୟପାଳ ରୟ ଏହି ଟୁଇଟ୍‌କୁ ଡିଲିଟ୍‌ କରିଦେବା ସହ ସଫେଇ ଦେଇ ଆଉ ଏକ ଟୁଇଟ୍‌ କରିଛନ୍ତି କି ‘ମୁୁସ୍‌ଲିମ୍‌ମାନଙ୍କୁ ବାଦ୍‌ ଦେଇ ୨୬/୧୧ ଆକ୍ରମଣରେ ନିରୀହଙ୍କ ହତ୍ୟା କରାଯାଇଥିଲା ବୋଲି ଦେଇଥିବା ସୂଚନାଟି ଭୁଲ୍‌ ଅଟେ। ଏପରିକି ବହୁ ମୁସ୍‌ଲମାନ ବି ଉକ୍ତ ଆକ୍ରମଣରେ ନିହତ ହୋଇଥିଲେ। ସେ ନେଇ ମୁଁ ଭୁଲ୍‌ ତଥ୍ୟ ଦେଇଥିଲି। ଉକ୍ତ ଟୁଇଟ୍‌କୁ ମୁଁ ଏବେ ଡିଲିଟ୍‌ କରି ଦେଇଛି।’

କାରଣ ଯାହା ବି ହେଉ, ରାଜ୍ୟପାଳ ରୟ ପ୍ରଥମ ଟୁଇଟ୍‌କୁ ଡିଲିଟ୍‌ କରି ଅନ୍ୟ ଏକ ନୂଆ ଟୁଇଟ୍‌ କରି କ୍ଷମା ମାଗିଛନ୍ତି। ଏହା ପରେ ସେ ଆହୁରି ଏକ ଟୁଇଟ୍‌ କରି ଲେଖିଛନ୍ତି କି ‘ପ୍ରଥମ ଟୁଇଟ୍‌ଟି ଭୁଲ୍‌ ଥିଲା ବୋଲି କ୍ଷମା ମାଗିବା ସହ ଡିଲିଟ୍‌ କରାଯାଇଛି। ତାହାକୁ ନେଇ ଆଉ ତଦନ୍ତ ନ ଚାଲୁ।’

Tathagata Roy@tathagata2

The tweet relating to 26/11 contained a factual mistake. It has been deleted with apologies. No further enquiries please.

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇର ତାଜ୍‌ ହୋଟେଲ୍‌ ଉପରେ ଆକ୍ରମଣ ଘଟିବାରୁ ୧୫୦ ଲୋକଙ୍କ ପ୍ରାଣ ଯାଇଥିଲା। ଇତି ମଧ୍ୟରେ ସେ ଘଟଣାକୁ ୧୦ ବର୍ଷ ହୋଇଗଲାଣି।

By amfnews

Related Post