Thu. Feb 20th, 2025

୨୪ ଘଣ୍ଟାରେ କରୋନା ନେଲା ୪,୩୭୮ ଜୀବନ

By amfnews Apr 1, 2020 #Featured
134 Views

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ଦୌରାତ୍ମ ଦେଖିବାକୁ ମିଳିଛି। ଏହି ଘାତକ ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନାରେ ମୃତ୍ୟୁ ସଂଖ୍ୟା କମିବା ସହିତ ନୂଆ ଆକ୍ରାନ୍ତ ସପ୍ତାହେ ହେବ ଚିହ୍ନଟ ହୋଇ ନାହାନ୍ତି। ଅନ୍ୟପଟେ ଆମେରିକା, ଇଟାଲୀ, ସ୍ପେନ, ଫ୍ରାନ୍ସ ଓ ଇରାନରେ କରୋନାରେ ବିଭୀଷିକା ଦେଖିବାକୁ ମିଳିଛି। ମୋଟ୍ ୨୦୨ଟି ଦେଶରେ ଏହି ମହାମାରୀ କରୋନା ବ୍ୟାପିଛି।

ସାରା ବିଶ୍ୱରେ ୮୫୮,୬୬୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୨, ୧୫୧ ଛୁଇଁଛି। ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧୭୮,୦୯୯। ୨୪ ଘଣ୍ଟା ମଧ୍ୟରେ ଆମେରିକା, ଇଟାଲୀ, ସ୍ପେନ୍, ଫ୍ରାନ୍ସ ଏବଂ ବ୍ରିଟେନରେ ୩୩୫୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାରା ବିଶ୍ୱରେ ୪୨,୧୪୬ ଜଣ ଆକ୍ରାନ୍ତ ହୋଇଛନ୍ତି।

ଇଟାଲୀରେ ଏଯାବତ ୧୨, ୪୨୮ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକି ସର୍ବାଧିକ। ଏହାପରେ ସ୍ପେନରେ ୮,୪୬୪, ଆମେରିକାରେ ୩,୮୮୯, ଫ୍ରାନ୍ସରେ ୩,୫୨୩, ଚାଇନାରେ ୩,୩୦୫, ଇରାନରେ ୨,୮୯୮, ବ୍ରିଟେନରେ ୧,୭୮୯ ଏବଂ ନେଦରଲ୍ୟାଣ୍ଡରେ ୧,୦୩୯ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କୌଣସି ଦେଶର ମୃତ୍ୟୁ ସଂଖ୍ୟା ଚାରି ଅଙ୍କ ଛୁଇଁ ନାହିଁ। ଏବେ ସ୍ପେନ, ଫ୍ରାନ୍ସ, ଇଟାଲୀ ଏବଂ ଆମେରିକାରେ ମୃତ୍ୟୁ ସଂଖ୍ୟା ବଢ଼ିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଇରାନରେ ୨୪ ଘଣ୍ଟା ମଧ୍ୟରେ ୧୪୧ ଜଣଙ୍କର ମୃତ୍ୟୁ ହୋଇଛି।

By amfnews

Related Post