Thu. Jan 23rd, 2025

୨୩ରେ ହାଜର ହେବା ପାଇଁ ଅଭିଜିତଙ୍କୁ ପଠାଯିବ ନୋଟିସ୍, ଗୃହ କମିଟି ବୈଠକ ପରେ ନରସିଂହ ମିଶ୍ରଙ୍କ ସୂଚନା

By amfnews Oct 11, 2018
205 Views

Khabar Odisha:notice-for-abhijit-ayar-to-present-next-23
ଭୁବନେଶ୍ୱର, ଅକ୍ଟୋବର ୧୧: ଓଡିଶାର ସଂସ୍କୃତି, ଐତିହ୍ୟ ଏବଂ ଅସ୍ମିତା ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଗୃହ କମିଟିରେ ହାଜର ହୋଇ ନାହାନ୍ତି । ଅଭିଜିତଙ୍କୁ ଜାରି କରାଯାଇଥିବା ସ୍ୱାଧିକାର ଭଂଗ ମାମଲାରେ କମିଟିରେ ହାଜର ହେବା ପାଇଁ ଆଉ ଏକ ତାରିଖ ପ୍ରଦାନ କରାଯାଇଛି । ଅକ୍ଟୋବର ୨୩ ତାରିଖ ସକାଳ ୧୧ଟା ସମୟରେ ହାଜର ହେବା ପାଇଁ କମିଟି ନିଷ୍ପତି ନେଇଛି । ଆଜି ବସିଥିବା ଗୃହ କମିଟି ବୈଠକ ପରେ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଅଭିଜିତ ଗୋଟିଏ ମେଲ କରି ଆଜି ଉପସ୍ଥିତ ହେବେ ଜଣାଇଥିଲେ । ପରେ ଆଉ ଏକ ମେଲରେ ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି । ସେ ଅକ୍ଷମଣୀୟ ଭୁଲ କରିଥିବା ସ୍ୱୀକାର କରିବା ସହ ତାଙ୍କୁ କ୍ଷମା ଦିଆଯାଉ ବୋଲି ନିବେଦନ କରିଛନ୍ତି । ଓଡିଶାରେ ବାତ୍ୟା ପ୍ରଚାର ହେତୁ ସେ ହୁଏତ ଆସି ପାରିନାହାନ୍ତି ବୋଲି । ଏହା ସହ କମିଟି ଏହାକୁ ଅବମାନନା ବୋଲି ବିଚାର କରୁ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ଆସନ୍ତା ୨୩ ତାରିଖରେ ତାଙ୍କୁ ହାଜର ହେବା ପାଇଁ ଡିଜିପି ନୋଟିସ କରିବେ ବୋଲି କମିଟିରେ ସ୍ଥିର ହୋଇଛି ।

ସୂଚନାଯୋଗ୍ୟ କି, ଗତ ୨୮ରେ ଅଭିଜିତଙ୍କ ବିରୋଧରେ ଗୃହ କମିଟି ସ୍ୱାଧିକାର ଭଂଗ ନୋଟିସ ଜାରି କରିବା ସହ ଆଜି ତାଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ସମନ ପଠାଯାଇଥିଲା । ମାତ୍ର ଅଭିଜିତ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖପ୍ରକାଶ  କରି ବାଚସ୍ପତି ଓ ସ୍ୱାଧୀକାର ଭଂଗକୁ ନେଇ ଗଠିତ ହୋଇଥିବା ଗୃହ କମିଟିକୁ ମେଲ୍ କରି ଜଣାଇଥିଲେ ।

By amfnews

Related Post