Sat. Mar 7th, 2026

୨୩ରେ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

315 Views

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ । ସେ ୨୩ ତାରିଖରେ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଠିକ୍ ସେହିପରି ଆସନ୍ତାକାଲି (୧୯ ତାରିଖ) ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଆସିବେ ବୋଲି ବି ସୂଚନା ଦିଆଯାଇଛି। ରାଜନାଥ ସିଂହ ମୟୂରଭଞ୍ଜ, ନୟାଗଡ଼, କଟକ ସଦରରେ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି।

ଅପରପକ୍ଷରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୁକତାର୍ ଅବାସ୍ ନକଭି ଆଗାମୀ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ସେ ବିଜେପିପାଇଁ କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧିନରେ ଥିବା କେନ୍ଦ୍ରାପଡ଼ା , ସାଲେପୁର ଏବଂ ଭଦ୍ରକ ଲୋକସଭା ଅଧିନରେ ଥିବା ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗ ଦେବାର ସୂଚନା ମିଳିଛି। ଏହି ତିନିଟି ଅଞ୍ଚଳରେ ମୁସଲମାନ୍ ଭୋଟରଙ୍କ ସଂଖ୍ୟା ଅଧିକ ଥିବା ହେତୁ ଦଳ ଏହିସବୁ ସ୍ଥାନରେ ମୁକତାର୍ ଅବାସ୍ ନକଭିଙ୍କୁ ପ୍ରଚାର ଲାଗି ଆଣୁଥିବା କୁହାଯାଉଛି।

By amfnews

Related Post