Thu. Jan 23rd, 2025

୨୨ଟି ପ୍ରକଳ୍ପର ଶୁଭାରମ୍ଭ ଓ ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ; ୨୦୨୦ରେ ହେବ ତୃତୀୟ ମେକ୍ ଇନ୍ ଓଡ଼ିଶା କନଭେନସନ୍

By amfnews Nov 30, 2019 #Featured
141 Views

ଭୁବନେଶ୍ବର:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଭୁବନେଶ୍ବର ଖାରବେଳ ଭବନଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ କରିବା ସହ ୨୨ଟି ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୧ ଜିଲ୍ଳାର ବିଭିନ୍ନ ସ୍ଥାନରେ ୧୦ଟି ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା ହେବ। ଏହି ସବୁ ପ୍ରକଳ୍ପରେ ପାଖାପାଖି ୮ ହଜାର ୯୩୯ କୋଟି ଟଙ୍କାର ପୁଞ୍ଜି  ନିବେଶ ହେବାକୁ ଥିବା ବେଳେ ୧୨ ହଜାର ୧୪୨ ଜଣ କର୍ମ ନିଯୁକ୍ତି ପାଇବେ ।

ଅନ୍ୟପଟେ, ତୃତୀୟ ମେକ ଇନ ଓଡ଼ିଶା କନଭେନସନ୍ ପାଇଁ କାଉଂଟଡାଉନ ଆରମ୍ଭ ହୋଇଛି । ୨୦୨୦ ମସିହା ନଭେମ୍ବର ୩୦ରୁ ଆରମ୍ଭ ହେବ ମେକ ଇନ ଓଡିଶାର ତୃତୀୟ ସଂସ୍କରଣ। ଓଡ଼ିଶା ଚଳିଚିତ୍ର ନିଗମର ସ୍ୱତନ୍ତ୍ର ୱେବସାଇଟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନରେ ହେବ ବଲିଉଡ ଚଳଚିତ୍ରର ସୁଟିଂ ହେବ । ଏଥିସହ  ରାଜଗାଂଗପୁର ଓସିଏଲ ସିମେଂଟ କାରଖାନାର ସଂପ୍ରସାରଣ ହେବ । ଏଥିପାଇଁ ୧୯ ଶହ ୯୫ କୋଟି ଖର୍ଚ୍ଚ ହେବ । ୩୬୫ ଜଣଙ୍କୁ ନିଯୁକ୍ତି ମିଳିବ । ଶ୍ରୀ ସିମେଂଟ ବି ଓଡ଼ିଶାର କାରଖାନା କରିବ । ଏହା ସହ ଭିତ୍ତିପ୍ରସ୍ତର  ଦିଆଯାଇଥିବା ୨୨ଟି ଶିଳ୍ପାୟନର ନିବେଶ ହେବ ୬ ହଜାର ୧୦୦ କୋଟି ଟଙ୍କା ।

By amfnews

Related Post