Sat. Nov 23rd, 2024

୨୧ତମ କାରଗିଲ ବିଜୟ ଦିବସରେ ଆଜି ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବେ ପ୍ରତିରକ୍ଷା ମନ୍ତ୍ରୀ

By amfnews Jul 26, 2020 #Featured
131 Views

ନୂଆଦିଲ୍ଲୀ, ଜୁଲାଇ ୨୬ : ଆଜି ହେଉଛି ୨୧ତମ କାରଗିଲ ବିଜୟ ଦିବସ । ବର୍ଷ ୧୯୯୯ରେ ଆଜିର ଦିନରେ ଭାରତୀୟ ସେନା ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ ଓ ୩ ସେନାର ପ୍ରମୁଖ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବେ । କାରଗିଲ ଯୁଦ୍ଧରେ ସହିତ ହୋଇଥିବା ଯବାନଙ୍କ ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ ହୋଇ ଆସୁଛି ।

୨୧ ବର୍ଷ ପୂର୍ବରୁ ଭାରତୀୟ ସେନା ଶୌର୍ଯ୍ୟ ଓ ପରାକ୍ରମ ଦେଖାଇଥିଲେ । ଏହା ଇତିହାସରେ ଅତୁଳନୀୟ । ଶତ୍ରୁମାନେ ଯେଉଁ ଅଂଚଳକୁ ନିଜ ନିୟନ୍ତ୍ରଣରେ ରଖିଥିଲେ, ଭାରତୀୟ ସେନା ସଂପୃକ୍ତି ଅଂଚଳରେ ପାକିସ୍ତାନୀ ସେନା ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା । ଆଜି ଦେଶ ବିଜୟ ପର୍ବ ପାଳନ କରୁଛି । ଭାରତୀୟ ଯବାନମାନେ ୧୮ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଥିଲେ ।

ସୂଚନାଯୋଗ୍ୟ, ୧୯୯୮ରେ ପାକିସ୍ତାନର ପରଭେଜ ମୁଶାରଫ ସରକାର କାରଗିଲକୁ ମଂଜୁରୀ ଦେଇଥିଲା । ପାକିସ୍ତାନ ଭାବୁଥିଲା ଯେ, ଏହି ଅଂଚଳକୁ କବଜା କଲେ ଏହା ସବୁଦିନ ପାଇଁ ନିଜର ହୋଇଯିବ । ସେହି ସମୟରେ ଭାରତୀୟ ସେନା ମିଗ-୨୭ ଓ ମିଗ-୨୯ ଲଢୁଆ ବିମାନ ବ୍ୟବହାର କରିଥିଲା । ସେହି ସମୟରେ ବୋଫୋର୍ସ ତୋପ ମଧ୍ୟ ପ୍ରୟୋଗ କରାଯାଇଥିଲା ।

By amfnews

Related Post