Thu. Dec 26th, 2024

୨୦୨୨ ସୁଦ୍ଧା ବିଶ୍ୱର ସର୍ବୋଚ୍ଚ ରେଳପୋଲର ନିର୍ମାଣ କାମ ଶେଷ କରିବ ଭାରତ

By amfnews Aug 24, 2020 #Featured
93 Views

ନୂଆଦିଲ୍ଲୀ, ଅଗଷ୍ଟ ୨୪ : ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ବଶ୍ୱର ସର୍ବୋଚ୍ଚ ରେଳପୋଲର ନିର୍ମାଣ କାମ ଜୋରଦାର ଚାଲିଛି । ଏହାର ନିର୍ମାଣ କାମ ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ଲକ୍ଷ ରଖାଯାଇଛି । ଏହି ରେଳପୋଲ ଚେନାବ ନଦୀ ଉପରେ ନିର୍ମାଣ ହେଉଛି, ଯାହାକି ଫ୍ରାନ୍ସର ପ୍ୟାରିସ ସହରରେ ଥିବା ଇଫିଲ ଟାୱାର ଠାରୁ ୩୫ ମିଟର ଉଚ୍ଚ ।

ଏହି ପୋଲ କଶ୍ମୀର ଉପତ୍ୟାକାରୁ ଜମ୍ମୁର କଟରାକୁ ଯୋଡ଼ିବ । ଏହି ବ୍ରିଜ କାମ ଶେଷ ହୋଇ ଏହାର ଉପରେ ରେଳ ଚଳାଚଳ କରିଲେ, କଟରାରୁ ଶ୍ରୀନଗର ପଂହଚିବା ପାଇଁ ଲୋକଙ୍କୁ ୫ରୁ ୬ ଘଣ୍ଟ କମ ସମୟ ଲାଗିବ । ଡେପୁଟି ଚିଫ ଇଂଜିନିୟର ଆରଆର ମଲିକ କହିଛନ୍ତି, ଆମକୁ ପୋଲ ନିର୍ମାଣ କାମ ୨୦୨୨ ସୁଦ୍ଧା ଶେଷ କରିବାକୁ କଣ୍ଟ ଦିଆଯାଇଛି । ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ପସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ପର୍ଯ୍ୟଟକଙ୍କୁ ଅଧିକ ପର୍ଯ୍ୟଟକ ଆସିବାର ଆଶଙ୍କା ରହିଛି । କାରଣ ଏହି ପୋଲ ନିର୍ମାଣ କାମ ଶେଷ ହେବା ପରେ ହେଲେ କଟରାରୁ ଶ୍ରୀନଗର ପହଂଚିବା ପାଇଁ ପର୍ଯ୍ୟଟକଙ୍କୁ ୫ରୁ ୬ ଘଣ୍ଟା ରାସ୍ତା କମ ଲାଗିବ ।

ଏହି ରେଳପୋଲ ନିର୍ମାଣ ଶେଷ ହେବା ଦ୍ୱାରା ସ୍ଥାନୀୟ ଅଂଚଳରେ ରୋଜଗାର ସୃଷ୍ଟି ହେବ । ଏହା ଦ୍ୱାରା ସ୍ଥାନୀୟ ଅଂଚଳର ଅର୍ଥନୀତିର ବିକାଶ ହେବ । ଜିଲ୍ଲାବାସୀ ଏହି ପୋଲ ନିର୍ମାଣର ଶେଷ ଅବସ୍ଥା ଦେଖିବାକୁ ଅପେକ୍ଷା କରିଛନ୍ତି । ବ୍ରିଜର ଲମ୍ବ ୧.୩ କିଲୋମିଟର । ଏବଂ ରିକ୍ଟର ସ୍କେଲରେ ଭୂକମ୍ପର ୭ ତୀବ୍ରତାକୁ ସମ୍ମୁଖୀନ ହୋଇପାରିବ ।

By amfnews

Related Post