Sun. Nov 24th, 2024

୨୦୧୯ ନିର୍ବାଚନୀ ଅର୍ଥ ଯୋଗାଡରେ ଶାସକଦଳ :  ଜିଏସଟି ଚୋରି ପାଇଁ ବିଜେଡି-ବିଜେପି ମେଣ୍ଟ!

rklsanchar@gmail.com' By J.N. Pradhan Jul 12, 2018 #Featured
352 Views

ରାଉରକେଲା, ୧୨/୭  : ଗୋଟିଏ ପଟେ ମହାନଦୀର ପାଣି ଛତିଶଗଡ ରୋକୁଛି କହି ରାଜ୍ୟ ଶାସକ ଦଳ ବିଜେଡି ଏକ ପ୍ରକାର ନାଟକ ବିଜେପି ବିରୁଦ୍ଦରେ ଗତ କିଛି ଦିନ ହେବ ଚଳାଇ ଆସୁଥିବାବେଳେ, ଅପରପକ୍ଷେ ଜିଏସଟି ଟିକସ ଚୋରୀ ପାଇଁ ଛତିଶଗଡ ଜଳ ସଂପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ସମୁଦିଙ୍କୁ ଅଯାତିତ ଅନୁଗ୍ରହ କରି ଅନୁନ୍ୟ ୫୦୦ କୋଟି ଟଙ୍କାରୁ ଅଧିକ ଟିକସ ବାଟମାରଣା କରିଥିବା ତଥ୍ୟ ୨୦୧୯ ପୂର୍ବରୁ ବିଜେଡି – ବିଜେପିର ଭିତିରିଆ ମେଣ୍ଟକୁ ପଦାରେ ପକାଇଛି । ତେବେ ଏହାର ଚେର ରାଉରକେଲାରୁ ପରିଚାଳିତ ହେଉଥିବା ବିଭତ ଦିନରୁ ଜିଏସଟି ବିଭାଗର ଘନ ଘନ ଚଢାଉରୁ ସ୍ପଷ୍ଟ ହୋଇଛି ।

ଗତ କାଲି ରାଉରକେଲାରେ ହୋଇଥିବା ଗିରଫଦାରୀରେ ସ୍ଥାନୀୟ ବିଧାୟକଙ୍କ ଜନୈକ ଅନ୍ତରଂଗଙ୍କ ସମ୍ପୃକ୍ତି କଳାଧନର ସ୍ରୋତକୁ ଉନେˆାଜନ କରିଛି । ରାଜ୍ୟରେ ବିଜେଡି ସରକାର ପଡୋଶୀ ତଥା କିଛି ନିର୍ଦ୍ଦିଷ୍ଟ ଅଣଓଡିଆ ବ୍ୟବସାୟୀଙ୍କୁ ସମର୍ଥନ କରି ଟିକସ ଲୁଟ କରି ନିର୍ବାଚନୀ ପାଣ୍ଠି ଯୋଗାଡ କରୁଥିଲାବେଳେ ବିଜେପି ମଧ୍ୟ ପ୍ରତିଯୋଗୀତାରେ କିଛି ପଛରେ ପଡିନଥିବା ଗତ କାଲି ରାତିର ଚଢାଉ ଓ ଗିରଫଦାରୀରୁ ସ୍ପଷ୍ଟ ଜଣା ପଡୁଛି । ଉପରମହଲାର ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ କାର୍ଯ୍ୟରତ ଜିଏସଟି , ବିକ୍ରିକର ଅଧିକାରୀ ଓ କିଛି କୋଅପରେଟିଭ ଓ ଘରୋଇ ବ୍ୟାଙ୍କର ଅଧିକାରୀ  ଅସାଧୁମେଣ୍ଟ କରି ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହରିଲୁଟ କରିବାର ବାଟ ପରିଷ୍କାର କରୁଥିବାବେଳେ ଏଥିପାଇଁ ମୋଟା ଅଙ୍କର ଉତ୍କୋଚ ମଧ୍ୟ ନେଉଛନ୍ତି । ଅପରପକ୍ଷରେ ଏହି ଗୋଲକ ଧନ୍ଦା ସମ୍ପର୍କରେ ସାମାନ୍ୟତମ ଗ୍ୟାନ ନଥିବା ନିରୀହ ଲୋକମାନେ କ୍ରମଶଃ ବିପଦ ମୁହଁକୁ ଠେଲି ହୋଇଯାଉଚନ୍ତି । ଯାହା ଅପାରଗ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ।

ପ୍ରାପ୍ତ ସୂଚନାମୁତାବକ ଶିଳ୍ପସମୃଦ୍ଧ ସୁନ୍ଦରଗଡ ଜିଲ୍ଲାର କିଛି ସ୍କ୍ରାପମାଫିଆ ଓ ପଡୋଶି ଛତିଶଗଡର ଶିଳ୍ପପତିଙ୍କ ଅସାଧୁମେଣ୍ଟ ଜିଲ୍ଲାର ଦାୟୀତ୍ୱରେ ଥିବା ବିକ୍ରିକର ଅଧିକାରୀଙ୍କୁ ହାତ କରି ଗୋଦାମ ଓ କାର୍ଯ୍ୟାଳୟର ମିଥ୍ୟା ତଥ୍ୟ ସହିତ ନିଜର ଡ୍ରାଇଭର, ଚାକର ଆଦିଙ୍କ ନାମରେ ଏକ କମ୍ପାନୀ ରେଜିଷ୍ଟ୍ରେସନ କରିଥାନ୍ତି । ସେହିଭଳି କିଛି କୋଅପରେଟିଭ ଓ ଘରୋଇ ବ୍ୟାଙ୍କର ମ୍ୟାନେଜରଙ୍କୁ ସନ୍ତୁଷ୍ଟ କରି ସଂପୃକ୍ତ ବ୍ୟାଙ୍କରେ ସେମାନଙ୍କ ନାମେରେ କରେଣ୍ଟ ଏକାଉଣ୍ଟ ମଧ୍ୟ ଖୋଲିଥାନ୍ତି । ପରବର୍ତ୍ତୀ ସମୟରେ ବିକ୍ରିକର ବିଭାଗରୁ ସଂପୃକ୍ତକମ୍ପାନୀ ନାମରେ  ଜିନିଷ ଚାଲାଣ ପାଇଁ ୱେ-ବିଲ ହାତେଇ ଥାଆନ୍ତି । ଏଇଠାରୁ ଆରମ୍ଭ ହୁଏ ସରକାରଙ୍କ ଧାର୍ଯ୍ୟ ଟିକସ ଅର୍ଥର ହରିଲୁଟର ମାଷ୍ଟରପ୍ଲାନ ।

ଏହି ୱେ-ବିଲ ଚାଲାଣକାରୀ ମାଫିଆମାନେ ଜିଲ୍ଲା ଓ ଜିଲ୍ଲା ବାହାରେ ଚାଲୁଥିବା ବିଭିନ୍ନ ସ୍ପଞ୍ଜ କାରଖାନା , ଇଣ୍ଡକସନ ଫର୍ନେସ ଆଦିଙ୍କୁ ଜିନିଷ ଯୋଗାଣ ନାମରେ ବେଆଇନ ରୁପେ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ହାତେଇଥିବା ୱେ-ବିଲକୁ ବହୁଳ ରୁପେ ବ୍ୟବହାର କରି ପ୍ରତି ଟନ ଜିନଷରେ ପ୍ରାୟ ୫୦୦ ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିଥାନ୍ତି କିନ୍ତୁ ଫଟା ପାହୁଲାଟିଏ ମଧ୍ୟ ସରକାରଙ୍କ ରାଜକୋଷକୁ ଦେଉନାହାନ୍ତି  । ଏଭଳି କମ୍ପାନୀ  ନାମରେ ଥିବା ବ୍ୟାଙ୍କ ଏକାଉଣ୍ଟରେ ଦୈନିକ ଲକ୍ଷାଧିକ ଟଙ୍କାର ପରିଚାଳିତ ହେଉଥିବାରୁ ଚତୁର ମାଫିଆମାନେ କୈାଣସି ନିରିହ ଲୋକଙ୍କ ଭୋଟର କାର୍ଡ ଜରିଆରେ ଏକାଉଣ୍ଟ ଖୋଲିଥିଲା ବେଳେ ଆବଶ୍ୟକ ହସ୍ତାକ୍ଷର ନେଇଥାନ୍ତି, ପରବର୍ତ୍ତୀ ସମୟରେ ଦୈନିକ ଚେକ୍ ମାଧ୍ୟମରେ ତାଙ୍କ ମିଥ୍ୟା ହସ୍ତାକ୍ଷର କରି ସଂପୃକ୍ତ ବ୍ୟକ୍ତିଙ୍କ ଅଜଣାତରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଉଠାଣ ତଥା ବ୍ୟବସାୟ କରିଥାନ୍ତି ।

ସରକାର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ  ଆଧାର ସହିତ ସଂଯୋଗ କରିବାପାଇଁ ବାଧ୍ୟତାମୁଳକ କରିଥିଲା ବେଳେ ଘରୋଇ ବ୍ୟାଙ୍କ ଓ କୋଅପରେଟିଭ ବ୍ୟାଙ୍କ ଏହାର ବ୍ୟତିକ୍ରମ କିମ୍ବା ଅଣଦେଖା କରୁଥିବାରୁ ଏଭଳି ବେଆଇନ କାରବାରକୁ ପ୍ରେତ୍ସାହନ ମିଳୁଛି । ପ୍ରାପ୍ତ ତଥ୍ୟ ମୁତାବକ ସୁନ୍ଦରଗଡ ଜିଲ୍ଲାର ତଲସରାର କିରାଲଗା ପୋଷ୍ଟ ଅଫିସ ନିକଟରେ ଥିବା ଶଶି ଏଣ୍ଟରପ୍ରାଇଜେସ ଜିଏସଟି ନଂ-୨୧ଊଓଇଚଗ୮୩୮୩ଗ୧ତଡ, କଟକର ପୋଷ୍ଟ ନୟାବଜାର,ବାଲି ସାହି , ନୁଆପଡାର ପ୍ଲଟ ନଂ -୧୩୬୫/୨୫୭୦ ରେ ମା ଜ୍ୱାଲାଜି ଟ୍ରେଡର ଜିଏସଟି ନଂ -୨୧ଔଊଉଚଝ୫୩୫୪ଐ୧ତୠ  ଏହି ଦୁଇ କମ୍ପାନୀ ପଡୋଶୀ  ଛତିଶଗଡର  ଆଞ୍ଚୋଲି ରୋଡ  ଠାରେ ଥିବା ଶୈାରଭ ରୋଲିଂ ମିଲ ପ୍ରାଇଭେଟ ଲିମିଟେଡ (ଜିଏସଟି ନଂ – ୨୨ଇଇଓଉଝ୨୩୬୭ଗ୧ତ୩)କୁ  ରାଜ୍ୟର କଟକ, ଭୂବନେଶ୍ୱର, ତାଳଚେର ,ଅନୁଗୁଳ ,ରାଉରକେଲ ଆଦି ଅଞ୍ଚଳରୁ ଅନୁମାନିକ ଦୈନିକ ୨୦ଟି ଟ୍ରକ  ସ୍କ୍ରାପ ଚାଲାଣ କରାଯାଉଛି ।

ଏତେ ପରିମାଣର ସ୍କ୍ରାପ ଚାଲାଣ କରାଯାଉଥିଲେ ହେଁ ଧାର୍ଯ୍ୟ ୧୮ ପ୍ରତିଶତ ଟିକସ ଦିଆଯାଉନାହିଁ । ସ୍ଥାନୀୟ ପୋଲିସ ଓ କିଛି ନିର୍ଦ୍ଦିଷ୍ଟ ଟ୍ରାନସପୋଟରଙ୍କ ସହଯୋଗରେ ଏହି ବ୍ୟବସାୟରେ ଟିକସ ଫାଙ୍କି ମାଫିଆ ମାନେ ମାଲାମାଲ ହେଉଥିବାବେଳେ ସରକାର ବିପୁଳ ରାଜସ୍ୱ ହରାଉଛନ୍ତି । ତେବେ ରାୟପୁର ଶୈାରଭ ରୋଲିଂ ମିଲର ମାଲିକ ଲଲିତ ଅଗ୍ରୱାଲ ସମ୍ପର୍କରେ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ସମୁଦି ହୋଇଥିବାବେଳେ ଜିଏସଟି ଟିକସ ଚୋରୀ ପାଇଁ ଏଭଳି ଆଧାର ବିହିନ କମ୍ପାନୀ ଜରିଆରେ ଦିର୍ଘ ବର୍ଷରୁ ଏହିଭଳି କାରବାର ଚଳାଇ ଆସୁଛନ୍ତି । ପ୍ରକାଶଥାଉକି ,୨୦୧୦ ମସିହାରେ ନିଜ ଆଉ ଏକ କାରଖାନା ପଙ୍କଜ ଇସ୍ପାତରେ ସେଲର ନକଲି ଟିଏମଟି ରଡ ବନାଉଥିବା ବେଳେ ଲଲିତ ଅଗ୍ରୱାଲ ଧରାପଡି ପୁଅ ପଙ୍କଜ ସହିତ ମାସାଧିକ କାଳ ଜେଲରେ ବିତାଇ ଥିବାବେଳେ ଇଡି ଏକ କେସ ରୁଜ୍ଜୁ କରିଥିଲେ କିନ୍ତୁ କେନ୍ଦ୍ରରେ ବିଜେପି ସରକାର ଥିବାରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ।

ଏହିଭଳି ଭାବେ ସୁନ୍ଦରଗଡ ଜିଲ୍ଲାରେ ପ୍ରାୟ ୨୦୦ରୁ ଉର୍ଦ୍ଧ ବେଆଇନ କମ୍ପାନୀ ଖୋଲାଯାଇ ଖୁଲ୍ଲମଖୁଲା ଟିକସ ଚୋରୀ କରାଯାଉଥିବାବେଳେ ଜିଏସଟି,ବିକ୍ରିକର ଓ ବ୍ୟାଙ୍କ ଅଧିକାରୀ ଙ୍କ ଭୂମିକା ସନ୍ଦେହ ଘେରରେ । ଏକ ନିରପେକ୍ଷ ତଥା ଉଚ୍ଚ କ୍ଷମତା ସଂପନ୍ନ ସଂସ୍ଥା ଉକ୍ତ କମ୍ପନୀ ଗୁଡିକର ବ୍ୟବସାୟ ଓ ଟିକସ ସମ୍ପର୍କରେ ଯାଞ୍ଚ କଲେ କୋଟି କୋଟି ଟଙ୍କା ରାଜସ୍ୱ ହରିଲୁଟର ବିଜେଡି-ବିଜେପି ମେଣ୍ଟ ସର୍ବସମ୍ମୁଖକୁ ଆସିପାରିବ । ସେହିଭଳି କୈାଣସି ଅଭିଯୋଗ ହେଲେ କିମ୍ବା ୬/୮ ମାସରୁ ଉର୍ଦ୍ଧ ହେଲେ ଚତୁରତାର ସହିତ ଉକ୍ତ (କମ୍ପାନୀ)ଫାର୍ମକୁ ଆକସ୍ମିକ ଭାବେ ବନ୍ଦ କରି ଦିଆଯାଇଥାଏ ।

ନା ବାଉଁଶ ଥିବ ନା ବଇଁଶି ବାଜିବ ନିତିରେ ବିକ୍ରିକର ଅଧିକାରୀ ଉକ୍ତ ଫାର୍ମର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଗାଏବ କରିଦେଇଥାନ୍ତି ଫଳରେ ଦଣ୍ଡର ରାସ୍ତା ବନ୍ଦ କରାଯାଉଥିବା କୁହାଯାଇପାରେ  । ତେବେ ବର୍ତ୍ତମାନ ଆର୍ଥିକ ଅପରାଧକୁ ସରକାର ଗୁରୁତ୍ୱର ସହିତ ବିଚାର କରି ଦୃଷ୍ଟାନ୍ତମୁଳକ ପଦକ୍ଷେପ ନେଉଥିଲା ବେଳେ  ଯଦି କୈାଣସି ଦିନ ଉପରୋକ୍ତ ଫାର୍ମର ଯାଞ୍ଚ କରାଯାଏ ତେବେ ଅନେକ ଗୁମର ଫିଟିବା ସହିତ ବିଚରା ନିରିହ ଲୋକଟି ହରଡଘଣାରେ ପଡିବା ଅବଶ୍ୟମ୍ଭାବି । ସେହିଭଳି କରେଣ୍ଟ ଏକାଉଣ୍ଟରେ ବ୍ୟାଙ୍କରୁ ଚେକ ମାଧ୍ୟମରେ କ୍ୟାସ ଉଠାଣ ନେଇ ନିର୍ଦ୍ଧିଷ୍ଟ ନିୟମ ଥିଲେ ହେଁ ଏହାର ବ୍ୟତିକ୍ରମ କରି ସଂପୃକ୍ତ ବ୍ୟାଙ୍କ ଅଧିକାରୀ ଦୈନିକ କୋଟିଏ ଟଙ୍କା ପର୍ଯ୍ୟନ୍ତ ମିଥ୍ୟା ହସ୍ତାକ୍ଷରରେ ଦେବା ଅଧିକାରୀଙ୍କ ସ୍ୱଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ ।

ରାଉରକେଲାର ବିଭିନ୍ନ ଅଞ୍ଚଳରେ କିଛି ୱେ-ବିଲ ମାଫିଆ ଅଫିସ ଖୋଲି ଦ୍ୱିନ ଦିପହରେ ବେଆଇନ କାଯ୍ୟଁକଳାପ ଚଲାଉଥିବା ବେଳେ ସରକାରୀ ବିଧିବ୍ୟବସ୍ଥା ଥାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବା ଅଧିକାରୀଙ୍କ ଆନ୍ତରିକତାକୁ ପଦାରେ ପକାଇଛି । କେବଳ ଅଧିକାରୀ ନୁହନ୍ତି ଏହି ଗୋଲକ ଧନ୍ଦାରେ କିଛି ଆଇନଜିବୀ ଓ ବିଭିନ୍ନ ଉପାୟରେ ସଂରକ୍ଷଣ ଦେଇ କିଛି ରାଜନୈତିକ ନେତୃବୃନ୍ଦ ମଧ୍ୟ ଉପକୃତ ହେଉଥିବା ନଜରକୁ ଆସିଛି । ବିଗତ ପ୍ରାୟ ୨ ବର୍ଷେ ପୂର୍ବେ  ପ୍ଲାଣ୍ଟସାଇଟ ପୋଲିସ ଗାଡି ଯାଞ୍ଚ ବେଳେ ମିଥ୍ୟା ୱେ-ବିଲ ମାଧ୍ୟମରେ ଏକ ତେଲ ଟ୍ରକକୁ ଧରିଥିବାବେଳେ ଅଦ୍ୟବଧି ଏହାର ଯାଞ୍ଚ ସମ୍ପୂର୍ଣ୍ଣ ହୋଇପାରିନଥିବା ବିଭାଗୀୟ ଅଧିକାରୀ ଓ ୱେ-ବିଲ ମାଫିଆଙ୍କ ସମ୍ପର୍କକୁ ପଦାରେ ପକାଇଛି ।

ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଏହିଭଳି ଟିକସ ଚୋର କମ୍ପାନୀ ଗୁଡିକର ମୁଖା ଖୋଲିବା ସହିତ ଏନେଇ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର କରାଯିବ । ଏଣୁ ଏକ ଉଚ୍ଚସ୍ତରୀୟ ଯାଞ୍ଚ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବା ପାଇଁ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଭାତ ମହାପାତ୍ର ଦାବୀ କରିଛନ୍ତି ।

Related Post