Fri. Mar 6th, 2026

୨୦୦୪ରେ  ବାଜପେୟୀ ଯେଭଳି ହାରି ଥିଲେ ୨୦୧୯ରେ  ମୋଦି ସେଭଳି ନିର୍ବାଚନ ହାରିବେ: ସୀତାରାମ୍‌ ୟେଚୁରୀଙ୍କ ଦମ୍ଭୋକ୍ତି 

344 Views

ନୂଆଦିଲ୍ଲୀ:  ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ବୟାନବାଜି ଜୋର ଧରିଛି।  ସିପିଆଇ (ଏମ୍‌) ମହାସଚିବ ସୀତାରାମ ୟେଚୁରୀଙ୍କର ଏକ ବୟାନ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ସେ କହିଛନ୍ତି କି, ୨୦୦୪  ମସିହାରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଯେପରି ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଥିଲା,୨୦୧୯ରେ ତା’ର ପୁନରାବୃତ୍ତି ଘଟିବ।
ସେ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ଆଜ୍‌ତକ୍‌ ପକ୍ଷରୁ ଆୟୋଜିତ୍‌ ବିତର୍କ ସଭାରେ ଅଂଶ ଗ୍ରହଣ କରି ମତ ରଖିଛନ୍ତି କି ଆଜି ବିଜେପି ପଚାରୁଛି ମୋଦିଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ?  ସେହିପରି ୨୦୦୩-୦୪ରେ ସେମାନେ ପଚାରିଥିଲେ ବାଜପେୟୀଙ୍କ ବିରୋଧରେ କିଏ? କିନ୍ତୁ ତା’ପରେ ଡ଼.ମନମୋହନ ସିଂହ ୧୦ ବର୍ଷ ଲାଗି ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ। ତେଣୁ ୨୦୦୪ରେ  ବିଜେପି ନିର୍ବାଚନରେ ଯେଉଁ ଫଳାଫଳ ପାଇଥିଲା, ୨୦୧୯ରେ ମଧ୍ୟ ତାହା ହିଁ ଘଟିିବ।
ଅନ୍ୟପକ୍ଷରେ ରାହୁଲ ଗାନ୍ଧି  ବିରୋଧୀଙ୍କ ସର୍ବସମ୍ମତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ  ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ୟେଚୁରୀ। ଡିଏମ୍‌କେ ସଭାପତି ଏମ୍‌.କେ.ଷ୍ଟାଲିନ୍‌ ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳର ସର୍ବସମ୍ମତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନେଇ ସେ କହିଛନ୍ତି କି ଏହା ଷ୍ଟାଲିନ୍‌ଙ୍କ ବ୍ୟକ୍ତିଗତ ମତ। ୨୦୧୯ ନିର୍ବାଚନ ପରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିବେ।

By amfnews

Related Post