Sat. Mar 7th, 2026

୨୦ରେ ଭସାଣି; ଚାଲିଛି ପ୍ରସ୍ତୁତି

224 Views

ଭୁବନେଶ୍ୱର: ଗୋଟିଏ ପଟେ ପୂଜାର ମଜା। ଅନ୍ୟପଟେ ଭସାଣିର ପ୍ରସ୍ତୁତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାକୃତିକ ଜଳାଶୟରେ ବିସର୍ଜନର କଟକଣା ଲାଗିବା ପରେ ଦୁଇ ବର୍ଷ ହେବ କୃତ୍ରିମ ପୋଖରୀ ତିଆରି କରାଯାଉଛି। ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦେବୀଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜନ ପାଇଁ ୪ଟି ସ୍ଥାନରେ କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି।

ଟଙ୍କପାଣି ରୋଡ଼୍‌, ଗଙ୍ଗୁଆ, କୂଆଖାଇ ଓ ରଘୁନାଥପୁରରେ ତିଆରି ହେଉଛି କୃତ୍ରିମ ପୋଖରୀ। ରଘୁନାଥପୁରରେ ଚଳିତ ବର୍ଷ ପ୍ରଥମ କରି ଏପରି କରାଯାଉଛି। ଅଧିକ ସଂଖ୍ୟାରେ ଓ ବଡ଼ କୃତ୍ରିମ ପୋଖରୀ ହେଲେ ଭସାଣିରେ ସୁବିଧା ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି।

ମଣ୍ଡପ ନିର୍ମାଣ ବେଳେ ଏଥରେ ପରିବେଶକୁ ବି ଗୁରୁତ୍ୱ ଦିଆଯାଇଛି। ପଲିଥିନ୍ ବ୍ୟବହାର ନ କରିବାକୁ ମଧ୍ୟ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଯଦିଓ ପ୍ଲାଷ୍ଟିକ୍ ସମ୍ପୂର୍ଣ୍ଣ ବନ୍ଦ ହୋଇନି କିନ୍ତୁ ବ୍ୟବହାର କମିଛି।   ଭକ୍ତ ଓ ବ୍ୟବସାୟୀଙ୍କୁ ମଧ୍ୟ କମିଟି ପକ୍ଷରୁ ପଲିଥିନ୍ ବ୍ୟବହାର ନ କରିବା ପାଇଁ ସଚେତନ କରାଯାଉଛି।

୨୦ ତାରିଖରେ ହେବ ଭସାଣ ଏହା ପୂର୍ବରୁ କୃତ୍ରିମ ପୋଖରୀ ପ୍ରସ୍ତୁତ ହୋଇଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

By amfnews

Related Post