Sat. Mar 7th, 2026

୨୦ବର୍ଷ ଭିତରେ ଚୋରି କରିଥିବା ୧,୫୦୦ଟି ବାଇକ୍‌କୁ ବିକ୍ରି ନକରି ଚୋର କରି ଦେଉଥିଲା ଦାନ

327 Views

ବୋଡଦରା: ଗୁଜୁରାଟର ପଞ୍ଚମହଲରେ ପୁଲିସ ଜଣେ ୫୦ ବର୍ଷର ବ୍ୟକ୍ତିଙ୍କୁ ଦୁଇ ଚକିଆ ଯାନ ଚୋରି କରୁଥିବା ଅଭିଯୋଗରେ ଗିରଫ କରିଛି। ଏହି ଚୋର ବିଗତ ୨୦ବର୍ଷ ଭିତରେ ୧,୫୦୦ ଦୁଇ ଚକିଆ ଯାନ ଚୋରି କରୁଥିବା ପୁଲିସ ସୂତ୍ରରୁ ପ୍ରକାଶ।

ପୁଲିସର ଛାନଭିନ୍‌ରୁ ଜଣାପଡ଼ିଛି କି, ଏହି ଚୋର ଏଭଳି କାମରୁ ମୁକୁଳିବାକୁ ଚେଷ୍ଟା କରିଥିଲା, କିନ୍ତୁ ସମାଜର ବ୍ୟବହାର ହେତୁ ସେ ଏହି କାମରୁ ନିଜକୁ ମୁକୁଳାଇ ପାରି ନଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଚୋର ଚୋରି କରିଥିବା ଗାଡ଼ିକୁ କେଉଁଠାରେ ବିକ୍ରି ନକରି ଅନ୍ୟକୁ ଦାନ କରି ଦେଇଥାଏ।

ପୁଲିସ ସୂତ୍ରରୁ ପ୍ରକାଶ, ବୁଧବାର ଅରବିନ୍ଦ କୁମାର ଜୟନ୍ତୀଲାଲ ବାଇକ୍‌ରେ ଯାଉଥିଲା। ଗୋଧରାରେ ଚେକିଂ ସମୟରେ ପୁଲିସ ତାକୁ କାବୁ କରି ନେଇଥିଲା। ଏହି ଚୋର ମେହସାଣାର ଲୁନବା ଗ୍ରାମରେ ବସବାସ କରେ। ଗିରଫ ହେବା ପରେ ପୁଲିସ ସାମ୍ନାରେ ନିଜ ଦୋଷ ସ୍ୱୀକାର କରିଥିଲା କି ସେ ୧୯୧୬ ବର୍ଷରୁ ଦୁଇ ଚକିଆ ଯାନ ଚୋରି କରି ଆସୁଛି। ଦୀପାବଳି ପରଠାରୁ ସେ ୧୯ଟି ବାଇକ୍‌ ଚୋରି କରି ସାରିଛି। ଏହାପୂର୍ବରୁ ଅରବିନ୍ଦ କୁମାର ଜୟନ୍ତୀଲାଲକୁ ପୁଲିସ୍‌ ଗିରଫ କରିଥିଲା। ଦୀପାବଳିରେ ସେ ଜେଲରୁ ମୁକୁଳି ଥିଲା।

ଗୋଧରାର ଡିଏସ୍‌ପି ଆର ଆଇ ଦେସାଇଙ୍କ କହିବାନୁସାରେ, ଗିରଫ ପରେ ପୁଲିସ ନିକଟରେ ଅରବିନ୍ଦ ୧୯ଟି ବାଇକ୍‌ ଜମା କରିଛି। ଅଧିକାଂଶ ଗାଡ଼ି ବଡୋଦରା ସହର ଓ ଗ୍ରାମୀଣ ଅଞ୍ଚରୁ ସେ ଚୋରି କରିଥିଲା। ଅରବିନ୍ଦ ମଦ ପିଏ ତାହାର ଦୁଇଟି ପତ୍ନୀ ଅଛନ୍ତି। ଅରବିନ୍ଦ ଗାଡ଼ି ଚୋରି କରେ ସତ କିନ୍ତୁ ତାହାକୁ ସେ ବିକ୍ରି କରେ ନାହିଁ। ଯିଏ ମାଗେ ତାକୁ ସେ ଦାନ କରି ଦେଇଥାଏ। ସେ ଏହି ଚୋରି ଅଭ୍ୟାସ ଛାଡ଼ି ଏକ ଆଶ୍ରମରେ କାମ କରୁଥିଲା। ଏହାପରେ ତାକୁ ସୁରକ୍ଷା ଗାର୍ଡର ଚାକିରି ମିଳିଥିଲା। ସେ ଅନେକ ସ୍ଥାନରେ ଚାକିରି କରିଛି, କିନ୍ତୁ ସମାଜର ଲୋକମାନେ ତାକୁ ଗ୍ରହଣ କରନ୍ତି ନାହିଁ। ଏଥିରେ ସେ ବିରକ୍ତ ହୋଇ ପୁଣି ବାଇକ୍‌ ଚୋରି କରିବା କାମ ଆରମ୍ଭ କରି ଦେଇଥିଲା।

By amfnews

Related Post