Thu. Apr 10th, 2025

୨ୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍କୁ ମେଡିକାଲ କଲେଜ ପାଇଁ ମୁକ୍ତିକାନ୍ତଙ୍କ ଆନ୍ଦୋଳନକୁ ସିଆଇଟିୟୁର ସମର୍ଥନ

rklsanchar@gmail.com' By J.N. Pradhan Jul 3, 2018 #Featured
188 Views

ରାଉରକେଲା, ୩/୭: ରାଉରକେଲାର ବିକାଶ ପାଇଁ ଆଇଜିଏଚ୍କୁ ସୁପର ସ୍ପେସାଲିଟି ତଥା ମେଡିକାଲ କଲେଜ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ୪ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ଏହାର କାର୍ଯ୍ୟ ଅଦ୍ୟାବଧି ହେଲାନାହିଁ । ଧର୍ମକୁ ଆଖିଠାର ଭଳି ବ୍ରାହ୍ମଣୀ ନଦୀ କୂଳରେ ଖୋଦନ କରିବା, ମନ୍ତ୍ରୀ ଆଇଜିଏଚ୍ ବର୍ଣ୍ଣ ସେଣ୍ଟର ୁଦ୍ଘାଟନ କରିବା ରାଉରକେଲାବାସୀ ବିଶେଷ କରି ଇସ୍ପାତ ଶ୍ରମିକଙ୍କୁ ବ୍ୟଥିତ କରିଛି । ସମଗ୍ର ପଶ୍ଚିମାଞ୍ଚଳ ପାଇଁ ଏକମାତ୍ର ନିର୍ଭରଶୀଳ ଆଇଜିଏଚ୍ ଅବସ୍ଥା ମାନ ଦିନକୁ ଦିନ ହ୍ରାସ ପାଇଚାଲିଛି ।

ଡାକ୍ତର, ଷ୍ଟାଫ ପ୍ରାୟ ନାହାନ୍ତି । ଚିକିତ୍ସାର ମାନ ହ୍ରାସ ପରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଉଲ୍ଲେଖନୀୟ ଥିଲା । ମେଡିକାଲ କଲେଜ ତ ହେଲା ନାହିଁ । କେତେବେଳେ ୨୦୦ କୋଟି ଏବଂ ୧୦ କୋଟି ଟଙ୍କା ସୁପର ସ୍ପେସାଲିଟି ପାଇଁ ଦିଆଯାଇଛି କହି ଲୋକଙ୍କୁ ଭଣ୍ଡାଉଛନ୍ତି । ତେଣୁ ରାଉରକେଲାର ବିକାଶ ପାଇଁ ଯୁବ ସ୍ୱେଚ୍ଛାସେବୀ ମୁକ୍ତିକାନ୍ତ ଦିଲ୍ଲୀ ପର୍ଯ୍ୟନ୍ତ ଚାଲି ଚାଲି ପ୍ରାୟ ୧୫୫୦ କିଲୋ ମିଟର ରାସ୍ତା ଅତିକ୍ରମ କରି ଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କୁ ଦେଖା ନ ଦେବା, ସ୍ଥାନୀୟ ସାଂସଦ ତଥା ମନ୍ତ୍ରୀ ସମର୍ଥନ ନ କରିବା ସର୍ବୋପରି ଅନଶନରୁ ଯେପରି ପୁଲିସ୍ ମୁକ୍ତିକାନ୍ତଙ୍କୁ ଉଠାଇ ନେଲା ଏହା ରାଉରକେଲା ବାସୀ ତଥା ଇସ୍ପାତ ଶ୍ରମିକମାନଙ୍କ ପ୍ରତି ଅନ୍ୟାୟ ତଥା ଅପମାନଜନକ ଘଟଣା ।

ତେଣୁ ସମସ୍ତ ଶ୍ରମିକ ଓ ଜନସାଧାରଣ ମୁକ୍ତିକାନ୍ତଙ୍କ ଆନ୍ଦୋଳନକୁ ସମର୍ଥନ ପାଇଁ ସିଆଇଟିୟୁ ନିବେଦନ କରିଛି । ଆୟୋଜିତ ବୈଠକରେ ସାଧାରଣ ସମ୍ପାଦକ ବସନ୍ତ ନାୟକ, ସୁରେନ୍ଦ୍ର ମହାନ୍ତି, ସୁଦର୍ଶନ ଜେନା, ରତ୍ନାକର ନାୟକ, ଏନ୍.ଏନ୍. ପାଣିଗ୍ରାହୀ, ଅଶୋକ ମିଶ୍ର, ଏନ୍.ସି. ପାତ୍ର, ଜୀବନ ବରିହା, ଦିଲୀପ ପାଢୀ, କେ.ସି. ଦାସ, କେ.ଏନ୍. ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ମୁକ୍ତିକାନ୍ତଙ୍କୁ ସମର୍ଥନ କରିବା ସହ ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।

Related Post