Tue. Nov 26th, 2024

୨ରୁ ୩ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର କୁହୁଡ଼ି ପଡ଼ିବ

By amfnews Nov 23, 2019 #Featured
93 Views

ଭୁବନେଶ୍ବର : ଆସନ୍ତା‌ ୩ରୁ ୪ ଦିନ ପାଇଁ ରାତିର ତାପମାତ୍ରାରେ ସେଭଳି ଆଖିଦୃଶିଆ‌ ପରିବର୍ତନ ହେବନି। ଗୋଟିଏ ଦୁଇଟି ସ୍ଥାନରେ ଏକ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୨ରୁ ୩ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି ହେବ। ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ରେ ରାତିର ତାପମାତ୍ରା ପୂର୍ବଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୫ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନୁଗୁଳ ଓ ସୁନ୍ଦରଗଡ଼ରେ ୧୩, ଟିଟିଲାଗଡ଼ରେ ୧୩.୧, ଫୁଲବାଣୀରେ ୧୩.୮, ସୋନପୁରରେ ୧୪, କୋରାପୁଟରେ ୧୪.୬, କେନ୍ଦୁଝରରେ ୧୪.୮, ଭବାନୀପାଟଣାରେ ୧୫ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟ ସମସ୍ତ ସହରରେ ରାତିର ତାପମାତ୍ରା ୧୫ ଡିଗ୍ରି ଉପରେ ରହିଥିଲା।

By amfnews

Related Post