Wed. Nov 6th, 2024

୨ଟି ଆସନରୁ ଜିତିଲେ ପ୍ରାର୍ଥୀଙ୍କୁ ଉପନିର୍ବାଚନ ଖର୍ଚ୍ଚ ଦେବାକୁ ପଡ଼ିବ!

By amfnews Sep 16, 2018 #Featured
An Indian election officer marks the finger of a voter with ink at a polling stating in Dibrugarh on 7 April 2014, during national elections. Indians have begun voting in the world's biggest election which is set to sweep the Hindu nationalist opposition to power at a time of low growth, anger about corruption and warnings about religious unrest. India's 814-million-strong electorate are forecast to inflict a heavy defeat on the ruling Congress party, in power for 10 years and led by India's famous Gandhi dynasty.
119 Views

ନୂଆଦିଲ୍ଲୀ : ନିର୍ବାଚନ ସଂସ୍କାର ପାଇଁ ଭାରତୀୟ ନିର୍ବାଚନ କମିସନ ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସଂପର୍କରେ ବିଚାର କରୁଛନ୍ତି। ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦୁଇଟି ଆସନରେ ଜିତି ଗୋଟିଏ ଆସନକୁ ଛାଡ଼ିବା ସ୍ଥିତିରେ ପ୍ରାର୍ଥୀଙ୍କୁ ଉପନିର୍ବାଚନ ପାଇଁ ଖର୍ଚ୍ଚ ଦେବାକୁ ହେବ ବୋଲି ପ୍ରସ୍ତାବ ଆଣି ନିର୍ବାଚନ କମିସନ ଏ ବାବଦରେ ଗୁରୁତ୍ୱର ସହ ଚିନ୍ତା କରୁଥିବା ଜଣାପଡ଼ିଛି। ୨ଟି ଆସନରେ ବିଜୟୀ ହୋଇ ଗୋଟିଏ ଆସନ ଛାଡ଼ିବା କ୍ଷେତ୍ରରେ ଯଦି ପ୍ରାର୍ଥୀ ଉପ ନିର୍ବାଚନ ପାଇଁ ଖର୍ଚ୍ଚ ଦେଇପାରିବେ ନାହିଁ, ତେବେ ପ୍ରାର୍ଥୀ ଯେଉଁ ଆସନ ଛାଡ଼ିଥିବେ ସେହି ଆସନରେ ଦ୍ୱିତୀୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯିବା ପ୍ରସ୍ତାବ ମଧ୍ୟ ବିଚାରାଧୀନ ରହିଛି।

ଏଭଳି ବ୍ୟବସ୍ଥା କରାଗଲେ ଦ୍ୱିତୀୟ ଥର ନିର୍ବାଚନ କରିବା ଖର୍ଚ୍ଚ ଓ ପ୍ରକ୍ରିୟାରୁ ମୁକ୍ତି ମିଳିବ ବୋଲି ନିର୍ବାଚନ କମିସନଙ୍କ ପ୍ରସ୍ତାବରେ ଉଲ୍ଲେଖ ଥିବା ଜଣାପଡ଼ିଛି। ପ୍ରଚଳିତ ବ୍ୟବସ୍ଥାରେ ଜଣେ ପ୍ରାର୍ଥୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବା ନିୟମ ରହିଛି। ପ୍ରାର୍ଥୀ ଦୁଇଟି ଆସନରୁ ନିର୍ବାଚନ ଜିତିବା ସ୍ଥିତିରେ ଗୋଟିଏ ଆସନ ପାଇଁ ପୁଣି ଉପନିର୍ବାଚନ କରିବାକୁ ପଡ଼ିଥାଏ। ଏହା ଦ୍ୱାରା ଅର୍ଥ ଅପଚୟ ହେବା ସାଙ୍ଗକୁ ଭୋଟର୍‌୍‌ଙ୍କୁ ୬ ମାସ ମଧ୍ୟରେ ପୁଣି ନିର୍ବାଚନ ପ୍ରକ୍ରିୟାରେ ଗତି କରିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ଭାରତୀୟ ନିର୍ବାଚନ କମିସନଙ୍କ ପ୍ରସ୍ତାବ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି।

By amfnews

Related Post