Sat. Mar 7th, 2026

୧. ୨ ଲକ୍ଷ ଅବସରପ୍ରାପ୍ତ ପ୍ରତିରକ୍ଷା ଏବଂ ପୂର୍ବତନ ସିଏପିଏଫ୍‌ କର୍ମଚାରୀଙ୍କୁ ନିୟୋଜନ ଦେବ ସିଆଇଏସ୍‌ଏଫ୍‌

221 Views

ନୂଆଦିଲ୍ଲୀ: ପ୍ରାୟ ୧.୨ ଲକ୍ଷ ଅବସରପ୍ରାପ୍ତ ପ୍ରତିରକ୍ଷା ଏବଂ ପୂର୍ବତନ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ କର୍ମଚାରୀଙ୍କୁ ନିୟୋଜନ କରିବାକୁ ଯୋଜନା କରୁଛି ପାରାମିଲିଟାରି ଫୋର୍ସ। ଗୃହ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଆସୁଥିବା ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ ଏଥିନିମନ୍ତେ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିସାରିଥିବା କଥା ଗୁରୁବାର ଦିନ ଜଣାପଡ଼ିଛି।

ସିଆଇଏସ୍‌ଏଫ୍‌ ମୁତୟନ କରାଯାଇ ରିପୋର୍ଟ ଅଣାଯିବା ଭଳି ଘରୋଇ ସେକ୍ଟରରେ ଥିବା ବୃହତ୍‌ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରିବାକୁ ‘ସିଆଇଏସଏଫ୍‌’ର ମହାନିର୍ଦେଶକ ସମସ୍ତ ଇନ୍‌ପେକ୍ଟର୍‌ ଜେନେରାଲ୍‌ମାନଙ୍କୁ କହିଛନ୍ତି।

ତଦନୁଯାୟୀ ସିଆଇଏସ୍‌ଏଫ୍‌ଙ୍କ ସିଲିଙ୍ଗ୍‌ ୧, ୮୦, ୦୦୦ ରୁ ବଢ଼ାଇ ୩, ୦୦୦୦୦ ପଦବୀ କରିବା ସହ ୧୬ଟି ଅତିରିକ୍ତ ରିଜର୍ଭ ବାଟାଲିୟନ କରିବାକୁ ଏକ ସଂଶୋଧିତ ପ୍ରସ୍ତାବ ନଭେମ୍ବର ୫ ତାରିଖ ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପଠାଯାଇଛି।

ସେପ୍ଟେମ୍ବର ୨୩ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସିଆଇଏସ୍‌ଏଫ୍‌କୁ ଜଣାଇଛି କି, ପାଞ୍ଚ ବର୍ଷ ସକାଶେ ଅବସରପ୍ରାପ୍ତ ପ୍ରତିରକ୍ଷା/ପୂର୍ବ-ସିଏପିଏଫ୍‌ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଉ। ଏହି ମୁତୟନ ଅନୁପାତ ୩:୨ ଅର୍ଥାତ୍‌ ୩ ଜଣ ସ୍ଥାୟୀ ଏବଂ ୨ ଜଣ ଅସ୍ଥାୟୀ ରଖାଯାଉ।

By amfnews

Related Post