Sat. Mar 7th, 2026

୧୯ ଦିନ ହେଲାଣି ପୁଅର ପତ୍ତା ମିଳୁନି, ଆମରଣ ଅନଶନରେ ବସିଲା ମା’

204 Views

ବାଲିଗୁଡ଼ା : “ମୋ ପୁଅ ୧୯ ଦିନ ହେଲାଣି ଘରୁ ଯାଇଛି ଯେ ଫେରିନି। ଖୋଜି ଖୋଜି ନୟାନ୍ତ ହେବା ପରେ ରାଇକିଆ ପୁଲିସ୍‌କୁ ଗୁହାରି କଲୁ। ହେଲେ ପୁଲିସ୍‌ କିଛି କରୁନି। ତେଣୁ ମୁଁ ଆଜିଠୁ ଆମରଣ ଅନଶନରେ ବସିଲି। ” ହଜି ଯାଇଥିବା ପୁଅକୁ ଖୋଜି ପାଉ ନ ଥିବା ଜଣେ ମା’ କୋହଭରା କଣ୍ଠରେ ଏପରି କହିଛି।  ଅପରପକ୍ଷେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପ୍ରତିବାଦରେ ନିଖୋଜ ଯୁବକଙ୍କ ପରିବାର ଲୋକଙ୍କ ସମେତ ଉତ୍ତ୍ୟକ୍ତ ଗ୍ରାମବାସୀ ଆଜି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ସମ୍ମୁଖରେ ଧାରଣା ଦେଇ ଟାୟାର ଜାଲି ରାସ୍ତା ଅବରୋଧ ଚଳାଇଛନ୍ତି।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଲିମାହା ଗାଁର ଶୁଭେନ୍ଦୁ ମଳିକ ନାମକ ଯୁବକ ଜାନୁୟାରୀ ୧୫  ତାରିଖରୁ ଘରୁ କେଉଁ ଆଡେ ପଳାଇ ଯାଇ ନିଖୋଜ ଅଛନ୍ତି ।  ଏ ନେଇ ତାଙ୍କ ମା’ ସାରଦା ମଳିକ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜି ଯାଏ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ ରହିଥିବା ଅଭିଯୋଗ କରି ପରିବାର ଲୋକଙ୍କ ସମେତ ଗାଁ ଲୋକେ ଆଜି ସକାଳୁ ରାଇକିଆ ଥାନା ସମ୍ମୁଖରେ ଟାୟାର ଜାଳି ଧାରଣା ଦେଇଛନ୍ତି ।  ଏଥିଯୋଗୁ ରାଇକିଆରୁ ବାଲିଗୁଡା ଓ ଜି ଉଦୟଗିରିକୁ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

By amfnews

Related Post