Wed. Apr 23rd, 2025

୧୬ ହଜାର ଟଙ୍କାରେ ରକେଟ୍ ବାଇକ୍

By amfnews Jul 24, 2019 #Featured
121 Views

ବିଶାଖପାଟନମ : ଦେଶରେ ଏବେ ଇଲେକ୍ଟ୍ରିକ୍ ବା ବ୍ୟାଟେରୀ ଚାଳିତ ଯାନକୁ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ଅଟୋମୋବାଇଲ କମ୍ପାନୀ ବ୍ୟାଟେରୀ ଚାଳିତ ଗାଡ଼ି ବଜାରକୁ ଛାଡ଼ୁଛନ୍ତି। ଏବେ ଆନ୍ଧ୍ରପ୍ରଦେଶର ଡାଟା ସାଇନ୍ସରେ ପିଜି କରିଥିବା ଗୌତମ ନିଜସ୍ୱ ଉଦ୍ୟମ ବଳରେ ଏକ ବ୍ୟାଟେରୀ ଚାଳିତ ସାଇକେଲ ବା ରକେଟ ବାଇକ୍ ତିଆରି କରିଛନ୍ତି। ଏହାର ଦାମ୍ ୧୬ ହଜାର ଟଙ୍କା ରହିଛି। ଆମେରିକାରେ ଏକ ଅଟୋମୋବାଇଲ କମ୍ପାନୀ ପାଖରୁ ପ୍ରେରଣା ପାଇ ସେ ଏହି ରକେଟ୍ ବାଇକ୍ ତିଆରି କରିଛନ୍ତି। ମାତ୍ର ୩ ଦିନରେ ଏହି ବ୍ୟାଟେରୀ ଚାଳିତ୍ ସାଇକେଲ ତିଆରି କରିଛନ୍ତି ଗୌତମ।

ଏହି ବିଦ୍ୟୁତ୍ ଚାଳିତ ବାଇକରେ ୩୬ ଭୋଲ୍ଟର ଲିଥିୟମ ବ୍ୟାଟେରୀ ଏବଂ ୩୫୦ ଓ୍ୱାଟର ହୋବ୍ ମୋଟର ବ୍ୟବହାର ହୋଇଛି। ମାତ୍ର ୨ ଘଣ୍ଟା ଚାର୍ଜ ହେବା ପରେ ଏହି ବାଇକ୍ ୪୦ କିଲୋମିଟର ରାସ୍ତା ଯାଇ ପାରିବ। ଏହାର ସର୍ବାଧିକ ସ୍ପୀଡ୍ ୪୦ କିଲୋମିଟର ପ୍ରତି ଘଣ୍ଟା ରହିଛି। ଏହି ରକେଟ ବାଇକ ଉଭୟ ଶବ୍ଦ ଏବଂ ବାୟୁ ପ୍ରଦୂଷଣରୁ ମୁକ୍ତ। ଡାଟା ସାଇନ୍ସରେ ପିଜି କରିଥିବା ଗୌତମ ଏହା ପୂର୍ବରୁ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲେ ନିଜର ନିଆରା ଉଭାବନ ପାଇଁ। ସେ ବିନା ଷ୍ଟିୟରିଂରେ କାର୍, ହାଇବ୍ରିଡ୍ ବାଇକ୍ ଏବଂ ରେନବୋ ସ୍କୁଟର ଆଦି ତିଆରି କରି ଚର୍ଚ୍ଚାରେ ଥିଲେ।

By amfnews

Related Post