Sat. Mar 7th, 2026

୧୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

179 Views

ବାଲେଶ୍ବର, ଡିସେମ୍ବର ୨୫  : ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ଅଧୀନ ସଦାନନ୍ଦପୁର ଗାଁରୁ ଆଜି ୧୬୦ ଗ୍ରାମର ବ୍ରାଉନସୁଗାର ସହ ଜଣେ ବ୍ୟକ୍ତିକୁ ଧରିଛି କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ବାଡ୍‌। ସମ୍ପୃକ୍ତ ବ୍ୟକ୍ତି ହେଉଛି ସଦାନନ୍ଦପୁର ଗ୍ରାମର ଅବଦୁଲ ଫାରିକ୍‌ ଖାଁଙ୍କ ପୁଅ ଅବଦୁଲ ଫରିଦ୍‌ ଖାଁ(୩୫)।

ସୂଚନା ଅନୁଯାୟୀ, ଫରିଦ୍‌ ବ୍ରାଉନ୍‌ସୁଗାର ବେପାର କରୁଥିବା ଅବକାରୀ ବିଭାଗ ନିକଟରେ ଖବର ପହଞ୍ଚିବା ପରେ ତା’ ଉପରେ ବିଭାଗ ନଜର ରଖିଥିଲା। ତେବେ ଆଜି ଭୋର୍‌ରୁ ସେ ବ୍ରାଉନ୍‌ସୁଗାର ଧରି ନିଜ ଗ୍ରାମକୁ ଫେରୁଥିବା ବିଶେଷ ସୂତ୍ରରୁ ଖବର ମିଳିବା ପରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ କଟକର ଏକ ଟିମ୍‌ ସେଠାରେ ଚଢ଼ଉ କରି ଫରିଦ୍‌କୁ ବ୍ରାଉନ୍‌ସୁଗାର ସହ ଗିରଫ କରିଥିଲେ। ଜବତ ହୋଇଥିବା ବ୍ରାଉନସୁଗାରର ପରିମାଣ ୧୫୫ ଗ୍ରାମ ହୋଇଥିବା ବେଳେ ତାର ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।

By amfnews

Related Post