Sat. Apr 19th, 2025

୧୬ ବର୍ଷୀୟ ନାବାଳକ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଶିଶୁକନ୍ୟାକୁ ହତ୍ୟା କରି ନାଳରେ ଫିଙ୍ଗିଦେଲା ମାଆ

By amfnews Sep 7, 2018 #Featured
200 Views

କୋଲକାତା   :    ନିଜର ୧୬ ବର୍ଷିୟ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିବାର ଲାଳସା ଜଣେ ୨୫ ବର୍ଷୀୟ ମାଆକୁ ପିଶାଚିନୀ ସଜାଇଛି। ନିଜ ପରକୀୟ ପ୍ରୀତି ପାଇଁ ଜଣେ ମା ତାଙ୍କ ନାବାଳକ ପ୍ରେମିକ ଦ୍ୱାରା ନିଜର ଅଢ଼େଇ ବର୍ଷର ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ମ୍ୟାନହୋଲ ଜରିଆରେ ସ୍ୱେରଜ ଲାଇନ୍‌ରେ ଫିଙ୍ଗି ଦେଇଛନ୍ତି। ତେବେ ତଦନ୍ତ ସମୟରେ ପୁଲିସ ପଚରା ଉଚରା କରିବା ପରେ ଅଭିଯୁକ୍ତ ମାଆ ଝିଅକୁ ତାଙ୍କୁ ପ୍ରେମିକ ହତ୍ୟା କରିଥିବା ସ୍ୱୀକାର କରିଛି।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଉଲଟାଦଙ୍ଗ ଥାନା ଅନ୍ତର୍ଗତ ଶ୍ୟାମବଜାରରେ ମନି ଦାସ (୨୫ ବର୍ଷ)ନାମକ ଜଣେ ମହିଳା ନିଜ ସ୍ୱାମୀ ଓ ଅଢ଼େଇ ବର୍ଷର ଝିଅ ସହିତ ରୁହନ୍ତି। ମନିଙ୍କ ସ୍ୱାମୀ ଜଣେ ନିଶାସକ୍ତ ବ୍ୟକ୍ତି ହୋଇଥିବାରୁ ସେ ପତ୍ନୀ ଓ ଝିଅର ଦାୟିିତ୍ୱ ନେବାକୁ ଚାହୁଁ ନ ଥିଲେ। ଏହି ସମୟରେ ମନିଙ୍କର ସେହି ଅଞ୍ଚଳ ଜଣେ ୧୬ ବର୍ଷିୟ କିଶୋରଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥଇଲା। ମହିଳା ଜଣକ ସମ୍ପୃକ୍ତ ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ରଖ ତାଙ୍କୁ ନିଜ ହାତମୁଠାରେ ରଖିଥିଲେ। ତେବେ ନିଜ ସ୍ୱାମୀଙ୍କୁ ଛାଡ଼ିି ନାବାଳକ ପ୍ରେମିକ ସହିତ ରହିବାକୁ ଚାହୁଁଥିବା ମନିଙ୍କ ପାଇଁ ତାଙ୍କ ଅଢ଼େଇ ବର୍ଷର ଶିଶୁ କନ୍ୟା ପ୍ରତିବନ୍ଧକ ସାଜିଥିଲା।

ତେଣୁ ନିଜ ଝିଅକୁ ରାସ୍ତାରୁ ହଟାଇଦେବା ପାଇଁ ମନି ନିଜ ନାବାଳକ ପ୍ରେମିକ ସହିତ ଷଡଯନ୍ତ୍ର ରଚିଥିଲେ। ଗତ ଅଗଷ୍ଟ ୨୯ ତାରିଖ ଦିନ ମା ଆଗରେ ତାର ଅଢ଼େଇ ବର୍ଷର ଶିଶୁ କନ୍ୟାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ନାବାଳକ ପ୍ରେମିକ। ଆଉ ହତ୍ୟା ପରେ ମନି ଓ ତାଙ୍କ ପ୍ରେମିକ ଶିଶୁ କନ୍ୟାର ମୃତଦେହକୁ ନେଇ ମେନହୋଲ ଯୋଗେ ସ୍ୱେରଜ ଲାଇନ୍‌ରେ ପକାଇ ଦେଇଥିଲେ। ଏହା ପରେ ନିଜ ଝିଅକୁ କେହି ଅପହରଣ କରିଥିବା ନେଇ ମନି ପାଟି କରି ଖୋଜାଖୋଜି କରିଥିଲେ।

ମାତ୍ର ଶିଶୁଟିର ମୃତଦେହ ସେପ୍ଟେମ୍ବର ୧ ତାରିଖରେ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।ତଦନ୍ତ ସମୟରେ ମନିଙ୍କ ବୟାନ ବାରମ୍ବାର ବଦଳିବାରୁ ୁ ପୁଲିସର ସନ୍ଦେହ ତାଙ୍କ ଉପରେ ଠୁଳ ହୋଇଥିଳା। ଅଧିକ ପଚରାଉଚରା କରିବାରୁ ମନି ଓ ତାଙ୍କ ନାବାଳିକା ପ୍ରେମିକ ମିଶି ଶିଶୁ କନ୍ୟାକୁ ହତ୍ୟା କରିଥିବା ମନି ସ୍ୱୀକାର କରିଛନ୍ତି। ନାବାଳକ ପ୍ରେମିକକୁ ମଧ୍ୟ ପୁଲିସ ଅଟକ ରଖିଛି।

By amfnews

Related Post