Sat. Mar 7th, 2026
221 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୭ : ଆଜି ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ ସେବା ଆରମ୍ଭ ହୋଇଯାଇଛି। କରୋନା ସଂକଟ କାଳରେ ୧୬୯ ଦିନ ପରେ ଏହି ସେବା ସାଧାରଣ ଜନତାଙ୍କୁ ମିଳିପାରିଛି। ବହୁ ପ୍ରତୀକ୍ଷିତ ଏହି ସେବା ୩ଟି ପର୍ଯ୍ୟାୟରେ ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟର ସେବା ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀ ମେଟ୍ରୋର ଲାଇନ-୨ (ସମୟପୁର ବାଦଲୀ ଠାରୁ ହୁଡା ସିଟି ସେଣ୍ଟର ଓ ରାପିଡ ମେଟ୍ରୋ, ଗୁରୁଗ୍ରାମ)ରେ ମେଟ୍ରୋ ପରିଚାଳନା ଆରମ୍ଭ ହେବ।

ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ପରିଚାଳିତ ହେବାକୁ ଥିବା ଟ୍ରେନ ଓ ସଂବନ୍ଧିତ ଷ୍ଟେସନକୁ ଡିସଇନଫେକ୍ଟ କରାଯାଉଛି। ଦ୍ୱିତୀୟ ଫେଜରେ ସେପ୍ଟେମ୍ବର ୯ରୁ ୩/୪ (ବ୍ଲୁ ଲାଇନ ଯାହା ଦ୍ୱାରକା ସେକ୍ଟର-୨୧ରୁ ନୋଏଡା ଇଲେକ୍ଟ୍ରୋନିକ ସିଟି/ବୈଶାଳୀ ଓ ଲାଇନ ୭ ଅର୍ଥାତ ପିଙ୍କ ଲାଇନରେ ମଜଲିସ ପାର୍କ ଠାରୁ ଶିବ ବିହାର) ପର୍ଯ୍ୟନ୍ତ ଆରମ୍ଭ ହେବ।
ଏହା ପୂର୍ବରୁ ପରିବହନ ମନ୍ତ୍ରୀ କୈଳାଶ ଗହଲୋତ ସେପ୍ଟେମ୍ବର ୭ରୁ ଦିଲ୍ଲୀରେ ମେଟ୍ରୋ ଟ୍ରେନ ସେବା ପୁଣି ଥରେ ପରିଚାଳନା ଲାଗି ଦିଲ୍ଲୀ ମେଟ୍ରୋ ଓ ଦିଲ୍ଲୀ ପରିବହନ ବିଭାଗ ଦ୍ୱାରା କରାଯାଇଥିବା ପ୍ରସ୍ତୁତି ସଂପର୍କରେ ସୀମକ୍ଷା କରିଛନ୍ତି। ଏଥି ପାଇଁ ସେ ରବିବାର ରାଜୀବ ଛକ ମେଟ୍ରୋ ଷ୍ଟେସନ ଗସ୍ତ କରିଛନ୍ତି। ନିରୀକ୍ଷଣ ସମୟରେ ତାଙ୍କ ସହିତ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେଶନ ଓ ଦିଲ୍ଲୀ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେ କହିଥିଲେ ଯେ, ମୋତେ ଖୁସିଲାଗୁଛି ଯେ, ପୁଣି ଥରେ ମେଟ୍ରେ ସେବା ଆରମ୍ଭ ହେଉଛି।
ମେଟ୍ରୋ ଷ୍ଟେସନରେ ସିଆଇଏସ୍‌ଏଫ୍‌ କର୍ମଚାରୀ ଏବେ ସ୍ପର୍ଶ ନକରି ସୁରକ୍ଷା ଯାଂଚ କରିବେ। ଏଥି ଲାଗି ୪୫ ବଡ ଷ୍ଟେସନରେ ଅଟୋ ଥର୍ମାଲ ସ୍କ୍ରିନିଂ କମ ହ୍ୟାଣ୍ଡ ସାନିଟାଇଜେଶନ ମେସିନ ଲଗାଯାଇଛି। ବାକି ମେଟ୍ରୋ ଷ୍ଟେସନରେ ଅଟୋ ସାନିଟାଇଜର ଡିସ୍ପ୍ରେସର୍ସ ଲାଗିଛି। ମେଟ୍ରୋ ଷ୍ଟେସନରେ ଲିଫ୍ଟ ନିକଟରେ ପାଦଚଲା ସୁଇଚ ଲାଗିବ। ଅର୍ଥାତ ଲିଫ ବୁଲାଇବା ଲାଗି ଆପଣଙ୍କୁ କେବଳ ପାଦରେ ଏହି ସୁଇଚକୁ ଧୀରେ ଦବାଇବାକୁ ପଡ଼ିବ। ବଟନ ପ୍ୟାନେଲ ବର୍ତ୍ତମାନ ପାଇଁ ବନ୍ଦ ରହିବ। ଯାତ୍ରା ସହଜ କରିବା ଲାଗି କିଛି ସତର୍କତା ମୂଳକ ପଦକ୍ଷେପକୁ ଗୁରୁତ୍ୱ ଦେବାକୁ ପଡ଼ିବ।
ଗୁରୁତ୍ୱପୂର୍ଣ୍ଣ ସୂଚନା
-ଆଜିଠାରୁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ।
-ଦ୍ୱିତୀୟ ପର୍ଯ୍ୟାୟରେ ସକାଳ ୭ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ।
-ଯାତ୍ରୀଙ୍କ ପାଖରେ ସ୍ମାର୍ଟ ରହିବା ବାଧ୍ୟତାମୂଳକ।
-ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପକୁ ଆକ୍ଟିଭ କରି ନଥିଲେ ଯାତ୍ରା ମନା।
-ମେଟ୍ରୋ ଷ୍ଟେସନର ସବୁ ଗେଟ ଖୋଲା ରହିବ। ସାମାଜିକ ଦୂରତା ପାଳନ କରିବାକୁ ହେବ।
-ମେଟ୍ରୋ ଷ୍ଟେସନ ଭିତରେ ମାସ୍କ ପିନ୍ଧିବା ଜରୁରୀ।
-ପ୍ରତି ଷ୍ଟେସନରେ ମେଟ୍ରୋ ଟେନ ୨୦ରୁ ୨୫ ସେକେଣ୍ଡ ରହିବ।

By amfnews

Related Post