Sat. Mar 7th, 2026

୧୬୦, ୧୬୧, ୧୬୨ ଓ ୧୬୩ ନମ୍ବର ଆକ୍ରାନ୍ତ।ଙ୍କ ଯାତ୍ରା ଇତିହାସ ପ୍ରକାଶ କଲା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

217 Views

ଭୁବନେଶ୍ବର: ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୪ ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ପ୍ରକାଶ କରିଛି। ସେମାନେ ହେଉଛନ୍ତି ୧୬୦, ୧୬୧, ୧୬୨ ଓ ୧୬୩ ନମ୍ବର ଆକ୍ରାନ୍ତ।

୧୬୦ ନମ୍ବର ଆକ୍ରାନ୍ତ ହେଉଛନ୍ତି। ଲଖନପୁର-ଝାରସୁଗୁଡ଼ା ଅନ୍ତର୍ଗତ ଦହଲଡ଼େରାର ୪୦ ବର୍ଷୀୟ ମହିଳା। ଲକ୍‌ଡାଉନ୍ ସମୟରେ ମାର୍ଚ ୨୨ ତାରିଖରୁ ଏପ୍ରିଲ୍ ୨୦ ତାରିଖ ଯାଏଁ ସପରିବାର ଥିଲେ। ଏପ୍ରିଲ୍ ୨୧ ତାରିଖରୁ ଏପ୍ରିଲ ୨୪ ତାରିଖ ମଧ୍ୟରେ ବାଇକ ଯୋଗେ ଆତ୍ମୀୟଙ୍କ ସହ ସୁନ୍ଦରଗଡ଼ର ବନ୍ଧାପାଲି ଯାଇଥିଲେ ଓ ସେହିଦିନ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବି ଯାଇଥିଲେ। ଏପ୍ରିଲ୍ ୨୪ ରୁ ଏପ୍ରିଲ୍ ୨୬ ତାରିଖ ଯାଏଁ ସୁନ୍ଦରଗଡ଼ର ବନ୍ଧାପାଲିସ୍ଥିତ ଆତ୍ମୀୟଙ୍କ ଘରେ ରହିଥିଲେ। ଏପ୍ରିଲ ୨୭ ତାରିଖ ଦିନ ଘରକୁ ଫେରି ମେ ୩ ତାରିଖ ଯାଏଁ‌ ହୋମ୍ କ୍ବାରେଣ୍ଟିନ୍‌ରେ ଥିଲେ। ଭ୍ରମଣ ଇତିହାସ ଯୋଗୁଁ ମେ ୩ ତାରିଖ ଦିନ ନମୂନା ସଂଗ୍ରହ ହୋଇଥିଲା ଓ ପରୀକ୍ଷାରେ ପଜିଟିଭ୍ ବାହାରିଥିଲା। ତାଙ୍କୁ ଝାରସୁଗୁଡ଼ାସ୍ଥିତ କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

୧୩୧ ନମ୍ବର ଆକ୍ରାନ୍ତ ହେଉଛନ୍ତି କୋଲକାତା ଫେରନ୍ତା ବାଲେଶ୍ବର ଅନ୍ତର୍ଗତ ଖଇରା ଅଞ୍ଚଳର ରତିନାର ୩୪ ବର୍ଷିୟ ପୁରୁଷ। ଏପ୍ରିଲ୍ ୨୦ରେ ସେ ଟ୍ରକ୍ ଯୋଗେ କୋଲ୍‌କାତାରୁ ଆସି ବାଲେଶ୍ବରରେ ପହଞ୍ଚିବା ପରେ ଚାଲି ଚାଲି ବାହାନଗାରେ ପହଞ୍ଚିଥିଲେ। ସେଠାରୁ ଗୋଟାଏ ବାଇକ୍‌ ଯୋଗେ ସୋରୋ ଯାଏଁ ଯାଇଥିଲେ। ସେଠାରୁ ଚାଲି ଚାଲି ରତିନାରେ ପହଞ୍ଚିଥିଲେ।

ଏପ୍ରିଲ୍ ୨୧ରୁ ମେ ୩ ତାରିଖ ଯାଏଁ ସେ ରତିନାରେ ଥିବା ସରକାରୀ କ୍ବାରେଣ୍ଟିନ୍‌ରେ ରହିଥିଲେ। ଯାତ୍ରା ଇତିହାସ ଯୋଗୁଁ ମେ ୩ ତାରିଖ ଦିନ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ଓ ସେଥିରୁ ପଜିଟିଭ୍ ବାହାରିଲା। ମେ ୩ ତାରିଖ ଦିନ ତାଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

୧୬୨ ନମ୍ବର ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା କେନ୍ଦୁଝର, ହାଟଡ଼ିହି ଅଞ୍ଚଳର ମାଗୁପୁରୁ ବାସିନ୍ଦା ୩୦ ବର୍ଷିୟ ପୁରୁଷ। ମାର୍ଚ ୨୬ ରୁ ମାର୍ଚ ୨୭ ମଧ୍ୟରେ ସେ କୋଲ୍‌କାତା ଯାଦବପୁରରୁ ଗୋଟାଏ ଟ୍ରକ୍‌ରେ ଆସି ଭଦ୍ରକରେ ପହଞ୍ଚିବା ପରେ ବାଇକ୍ ଓ ପାଦରେ ଚାଲି ଛେନାପଦୀର ମୋରେଇଗାଁ ଦେଇ ଆନନ୍ଦପୁରକୁ ଯାଇଥିଲେ। ଏହାପରେ ମାର୍ଚ ୨୭ ତାରିଖ ଦିନ ସେ ପରିବାର ସଦସ୍ୟଙ୍କ ପରାମର୍ଶକ୍ରମେ ଆନନ୍ଦପୁର ସବ୍‌ଡିଭିଜିନାଲ୍ ହସ୍‌ପିଟାଲ୍‌ର ବର୍ହିଃରୋଗୀ ବିଭାଗକୁ ଯାଇଥିଲେ ଓ ସେହିଦିନ ଘରକୁ ଫେରିଥିଲେ। ମାର୍ଚ ୨୭ ରୁ ମେ ୩ ତାରିଖ ଯାଏଁ ଘରେ ଥିଲେ ଓ ମେ ୩ ତାରିଖରେ ତାଙ୍କ ଠାରୁ ସଂଗୃହୀତ ନମୁନା ପଜିଟିଭ୍ ବାହାରିଥିଲା। ତାଙ୍କୁ ସେହି ଦିନ କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

୧୬୩ ନମ୍ବର ଆକ୍ରାନ୍ତ ହେଉଛନ୍ତି ରାଉରକେଲାର ନାଲା ରୋଡ୍‌ର ୨୯ ବର୍ଷୀୟ ମହିଳା। ସେ ପଜିଟିଭ୍ ବାହାରିଥିବା ଆକ୍ରାନ୍ତଙ୍କ ପଡ଼ୋଶୀ। ମାର୍ଚ-୨୩ରୁ ମେ ୩ ତାରିଖ ମଧ୍ୟରେ ଚାଲିଥିବା ଲକ୍‌ଡାଉନ୍‌ ସମୟରେ ସେ ଘରେ ଥିଲେ। କିନ୍ତୁ, ତାଙ୍କ ପିଲାମାନେ ସବୁବେଳେ ପଦାକୁ ଯାଇ କ୍ରିକେଟ୍ ଖେଳୁଥିଲେ। ତାଙ୍କ ସ୍ବାମୀ ମଧ୍ୟ ନିୟମିତ ବ୍ୟାଙ୍କ୍‌କୁ ଯାଉଥିଲେ। ମାର୍ଚ ୩୦ ରୁ ଏପ୍ରିଲ୍ ୨୦ ମଧ୍ୟରେ ସେ ପରାମର୍ଶ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାର ସ୍ତ୍ରୀରୋଗ ବିଭାଗ ବର୍ହିଃରୋଗ ବିଭାଗକୁ ଯାଇଥିଲେ। ମେ ୩ ତାରିଖ ଦିନ କ‌ଣ୍ଟେନ୍‌ମେଣ୍ଟେ୍‌ ଜୋନ୍‌ରେ ସର୍ଭିଲେନ୍ସ ଚାଲିଥିବା ବେଳେ ତାଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା ଓ ପଜିଟିଭ୍ ବାହାରିଥିଲା। ମେ ୪ ତାରିଖ ଦିନ ତାଙ୍କୁ ରାଉରକେଲାସ୍ଥିତ ହାଇ-ଟେକ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

By amfnews

Related Post