Sat. Mar 7th, 2026

୧୬ରେ ବଲାଙ୍ଗୀର ଆସୁଛନ୍ତି ପ୍ରଧାନମନ୍ତ୍ରୀ

219 Views

ବଲାଙ୍ଗୀର , ଡିସେମ୍ବର ୨୮ : ଜାନୁଆରି ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେପଟେ, ଜାନୁଆରି ୯ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ବଲାଙ୍ଗୀର ଗସ୍ତ କରୁଛନ୍ତି। ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ପଡ଼ିଆରେ ନିର୍ମାଣ ହେଉଥିବା ନୂତନ ଇନଡୋର ଷ୍ଟାଡିୟମକୁ ସେହିଦିନ ମଧ୍ୟ ଶ୍ରୀ ପ୍ରଧାନ ଉଦଘାଟନ କରିବେ। ଏନେଇ ଗୁରୁବାର ପୂର୍ବ ରାଜ୍ୟ ବିଜେପି ସଭାପତି ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକ ସହରର ବିଭିନ୍ନ ସ୍ଥାନ ବୁଲି ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ଜାଗା ଚିହ୍ନଟ କରିଛନ୍ତି।

ପାଟଣାଗଡ଼ ରୋଡ ହନୁମାନ ମନ୍ଦିର ନିକଟରେ ଥିବା ଖାଲି ପଡ଼ିଆରେ ଏହି ବିଶାଳ ରାଲି କରାଯିବାକୁ ସ୍ଥିର ହୋଇଛି। ଆସନ୍ତା ୩୧ ତାରିଖ ଦିନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତାଙ୍କ ନେତୃତ୍ବରେ ସ୍ଥାନୀୟ ରୋଶନୀ ପବ୍ଲିକ ସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ କରାଯିବାର ଯୋଜନା ହୋଇଛି ବୋଲି ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକ କହିଛନ୍ତି।

By amfnews

Related Post