204 Views
ନୂଆଦିଲ୍ଲୀ, ଜୁଲାଇ ୨୯ : ବିଗତ କିଛି ଦିନ ହେବ ଶୀଘ୍ର ଚାର୍ଜିଂ ଟେକ୍ନୋଲୋଜୀ ଉପରେ କାମ ଚାଲିଛି । କିଛି ଫୋନ ୧୮ ୱାଟ କୁଇକ ଚାର୍ଜିଂ ସପୋର୍ଟ ସହିତ କାମ କରୁଛି । ସେହିଭଳି କିଛି କଂପାନୀ ନିକଟରେ ୧୦୦ ୱାର୍ଟ ପର୍ଯ୍ୟନ୍ତ ଚାର୍ଜିଂର ସମାଧାନ କରୁଛି । ଫ୍ୟୁଚର ଡିାଭିଇସରେ ୧୨୫ ୱାଟ ପର୍ଯ୍ୟନ୍ତ ଚାର୍ଜିଂ ସ୍ପିଡ ହୋଇପାରେ । ଅର୍ଥାତ ସ୍ମାର୍ଟଫୋନର ବ୍ୟାଟରୀ ଚାର୍ଜ ଘଣ୍ଟା ଘଣ୍ଟା ଧରି ନୁହେଁ, ବରଂ ମାତ୍ର ୧୫ ମିନିଟରେ ହୋଇପାରିବ ।
ଏବେ ଆମେରିକୀୟ ଚିପ ନିର୍ମାତା କଂପାନୀ କ୍ୱାଲକମ କୁଇକ ଚାର୍ଜ ୫ ଟେକ୍ନୋଲୋଜୀ ବଜାରକୁ ଆଣିଛି । ଏହା ସ୍ମାର୍ଟଫୋନର ବ୍ୟାଟେରୀକୁ ମାତ୍ର ୧୫ ମିନଟରେ ଚାର୍ଜ କରିବ । କ୍ୱାଲକମର କୁଇକ ଚାର୍ଜ ୫ ଟେକ୍ନୋଲୋଜୀ ୧୦୦ ୱାଟ ଅଥିବା ଏଥିରୁ ଅଧିକ ଚାର୍ଜିଂ ସପୋଟ କରିବ । କଂପାନୀର ଦାବି ଯେ, ସ୍ମାଟଫୋନର ବ୍ୟାଟେରୀ କେବଳ ୫ ମିନିଟରେ ୦ରୁ ୫୦ ପ୍ରତିଶତ ଚାର୍ଜ କରିପାରିବ । ମାତ୍ର ପୂରା ଚାର୍ଜ ପାଇଁ ୧୫ ମିନିଟ ସମୟ ଲାଗିବ ।