Fri. Mar 6th, 2026

୧୪ ମହଲା ବିଶିଷ୍ଟ କୋଠାରେ ପଶିଲା ବାଘ, ଅଢ଼େଇ ଘଣ୍ଟା ଧରି ଲୋକଙ୍କୁ କରି ଚାଲିଥିଲା ଆକ୍ରମଣ, ୭ଗୁରୁତର

389 Views

ପୁନେ: ପୁନେର କେଶଭନଗର ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭିତରେ ପଶି ବାଘ ଅଢ଼େଇ ଘଣ୍ଟା ଧରି ତାଣ୍ଡବ ରଚିଥିଲା। ବାଘ ଆକ୍ରମଣରେ ୭ବର୍ଷର ଶିଶୁ ସମେତ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ବନବିଭାଗ ଓ ଅଗ୍ନିଶମ ବିଭାଗର ଅଧିକାରୀ ଖବର ପାଇ ବାଘକୁ ଧରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଢ଼େଇ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ବାଘକୁ ଧରିବାରେ ସଫଳ ହୋଇଥିଲେ।

ସୂଚନାଯୋଗ୍ୟ, ମୁଣ୍ଡଓ୍ଵାରେ ସୋମବାର ସକାଳେ ବାଘକୁ ଦେଖି ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ମୁଣ୍ଡାଓ୍ଵାର ଓ୍ଵାର୍ଟିକଲ ଓରି ନାମକ ବିଲଡିଂରେ ନିର୍ମାଣକାର୍ଯ୍ୟ ଚାଲୁଥିଲା। ଏହି ୧୪ ମହଲା କୋଠାରେ ଆକସ୍ମିକ ଭାବେ ଏକ ବାଘ ପଶିଯିବା ଖବର ବନବିଭାଗକୁ ମିଳିଥିଲା। ସେଠାରେ ଥିବା ୭ବର୍ଷର ଶିଶୁ ବାଘ ଆକ୍ରମଣର ଶିକାର ହୋଇଥିଲା। ଶିଶୁକୁ ବାଘ କବଳରୁ ମୁକୁଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟ ୬ଜଣ ମଧ୍ୟ ବାଘ ଆକ୍ରମଣରେ ଗୁରୁତର ହୋଇଥିଲେ।

By amfnews

Related Post